Spread the love

ଚୌଦ୍ଵାର ପୌରପାଳିକା ରେ ବଡାଖାନା କାର୍ଯ୍ୟକ୍ରମ ପାଳିତ

ଚୌଦ୍ଵାର – କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୌଦ୍ଵାର ପୌରପାଳିକା ରେ ବଡାଖାନା କାର୍ଯ୍ୟକ୍ରମ ଗାନ୍ଧି ଛକ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି। ସହରା ଅଞ୍ଚଳରେ ସ୍ବଚ୍ଛତା ରକ୍ଷା ଦିଗରେ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ହେଉଛି ମୂଳଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶ ରେ ଓଡ଼ିଶାର ସମସ୍ତ ପୌରପାଳିକା ଏବଂ NAC ରେ ପାଳିତ ହୋଇଆସୁଛି। ଏହା ଦ୍ବାରା ସମସ୍ତ ସଫେଇ ଓ ସ୍ୱଚ୍ଛ କର୍ମଚାରୀ ମଧ୍ୟରେ ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାଙ୍କ ଏକ ପ୍ରୟାସ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛଗୃହ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପର ଭାଇଜର, ସ୍ୱଚ୍ଛକର୍ମୀ ଓ ମଳ ପଙ୍କ ବିଶୋଧନାଗାର ର କର୍ମଚାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୌରପାଳିକା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗ ଦେଇ ଚୌଦ୍ଵାର ପୌରପାଳିକା ର ସମସ୍ତ ୱାର୍ଡ ରେ କିପରି ପରିମୂଳ ବ୍ୟବସ୍ଥା ସଠିକ୍ ଭାବେ ପରିଚାଳନା କରିବା ଏବଂ ଉପରକୁ ଚାହିଁରେ ଉଜ୍ଜଳ ଆଲୋକ ଓ ତଳକୁ ଚାହିଁରେ ସ୍ୱଚ୍ଛ ଏହି ବାର୍ତ୍ତୀକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌରପାଳିକ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ବିଧାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ପାରିଷଦ ଆଶୁତୋଷ ଦାସ, ରଙ୍ଗଲତା ସାହୁ, ରଞ୍ଜୁ ଲତା ଦାସ, ବିଜୟ ମଲ୍ଲିକ, ଦୁଦା ଟିମ୍ ଲିଡର ଅକ୍ଷୟ ମିଶ୍ର, ସାନିଟାରୀ ଅଧିକାରୀ ବିଚିତ୍ର ନନ୍ଦ ସ୍ୱାଇଁ ଓ ପୀୟୁଷ ସାହୁ ଯୋଗ ଦେଇ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ

Leave a Reply

Your email address will not be published. Required fields are marked *