Spread the love

ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସର ଆଜି ଚତୁର୍ଥ ଦିବସ

ଢେଙ୍କାନାଳ (୧୨/୦୫): ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ଆରମ୍ଭ ହୋଇ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଏ। ଆଜି ପ୍ରଥମ ଚାପ ପରେ ଠାକୁରଙ୍କୁ ସାନ୍ନ କରାଯିବା ପରେ ଚତୁର୍ଥ ଦିବସ ରେ କାଳିଆ ଦଳନ ବେଶ ମଦନମୋହନଙ୍କୁ କରାଯାଇଥିଲା। ଆଳତି କରାଯିବାସହ ରାତ୍ର ଚାପ ଶେଷରେ ବିଭିନ୍ନ ଭୋଗ ଲାଗି କରାଯିବା ସହ ଠାକୁର ମନ୍ଦିରକୁ ବାହୁଡ଼ିବା ପରେ ମନ୍ଦିରରେ ଠାକୁରଙ୍କ ରାତ୍ର ନୀତି ଅନୁଷ୍ଠିତ ହେବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ଠାକୁରଙ୍କ ନୀତି ସମ୍ପନ୍ନ ହେବ।

Leave a Reply

Your email address will not be published. Required fields are marked *