Spread the love

ଚୌଦ୍ଵାର ରେ ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ବନ୍ଧୁ ମିଳନ ଉତ୍ସବ

ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ରେ ଚୌଦ୍ଵାର ଯୁବକ ସଂଘ ସହଯୋଗରେ କଳାପ୍ରକାଶିନୀ କ୍ଲବ ଠାରେ ଏକ ବନ୍ଧୁ ମିଳନ ର ଆୟୋଜନ କରାଯାଇଥିଲା। ଏହା ଖୁବ୍ ଧୁମ୍ ଧମକା ରେ ପାଳନ କରାଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଯୁବକ ମାନଙ୍କୁ ଡାକି ବନ୍ଧୁ ମିଳନ କରିବା ଶହ ଭୋଜନ ଆୟୋଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ଯୁବ ସମାଜସେବୀ ଶୋଭେନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟପକ୍ଷେ କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ ଯୁବ ସମାଜସେବୀ ଅଶୋକ ସାହୁ , ଯୁବ ନେତା ବିଷ୍ଣୁ ଚରଣ ପରିଡ଼ା ଏବଂ ଦେବାଶିଷ ସାମଲ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଚୌଦ୍ଵାର ବିଭିନ୍ନ ୱାର୍ଡ ର ବିଜେଡ଼ି ର ବହୁ ଯୁବ ନେତା ଓ ବିଜେଡି କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା । ଦୀପାବଳି ରେ ଏହା ଏକ ଶାରଦୀୟ ବନ୍ଧୁ ମିଳନ ଏଥିରେ ରାଜନୀତିର ପ୍ରଶ୍ନ ନାହିଁ ବୋଲି କହିଥିଲେ ଯୁବ ସମାଜସେବୀ ଶୋଭେନ୍ ମହାନ୍ତି ।ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍ l

Leave a Reply

Your email address will not be published. Required fields are marked *