Spread the love

ଚୌଦ୍ଵାର ରେ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳିତ।


ମହାନ୍ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୬ତମ ତିରୋଧାନ ଦିବସକୁ ଚୌଦ୍ଵାର ରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ପାଳିତ ହୋଇଯାଇଛି।ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଚୌଦ୍ଵାର ବିରୂପା ବ୍ୟାରେଜ ବିଜୁ ପାର୍କ୍ ଠାରେ ଯୋଗ ଦେଇ ମହାନ୍ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୬ ତମ ତିରୋଧାନ ଦିବସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବିଜୁ ବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଶପଥ ପାଠ କରିଥିଲେ । ଏହାପରେ E S I ମେଡ଼ିକାଲ ରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଚୌଦ୍ଵାର ଟାଉନ୍ ହଲ୍ ଠାରେ ଆୟୋଜନ ଏକ ରକ୍ତ ଦାନ ଶିବିର ରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଚୌଦ୍ଵାର ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡ଼ା, କଟକ ଜିଲ୍ଲା ଉପସଭାପତି ପ୍ରେମ ଚାନ୍ଦ ନାୟକ, ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ର ସଭାପତି ଭାରତ ଚନ୍ଦ୍ର ସାହୁ ଓ ପୌର ପରିଷଦ ମାନେ ଉପସ୍ଥିତ ଥିଲେ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍।

Leave a Reply

Your email address will not be published. Required fields are marked *