Spread the love

(ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ଶ୍ରମିକଦିବସ ପାଳିତ)
ଜଗତସିଂହପୁର
ତା =1/5/23

ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟାଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ | ସମ୍ନାନିତ ଅତିଥିଭାବେ ଜଗତସିଂହପୁର ପୋୖରାପରିଷଦ ଅଧ୍ୟକ୍ଷ୍ୟା ଅର୍ଚ୍ଚନା ସିଂହ |,ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ କନକପ୍ରଭା ଲେଙ୍କା |, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା |,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ |, ରଘୁନାଥପୁର ବ୍ଲକ ଅଧ୍ୟକ୍ଷ୍ୟା ଲଷ୍ମୀ ବେହେରା ,|ଏରସମା ବ୍ଲକ ଅଧ୍ୟକ୍ଷ୍ୟା ଲଷ୍ମୀପ୍ରିୟା ମହାପାତ୍ର ,| ଟ୍ରେଡ଼ ୟୁନିଅନ ନେତା ଅକ୍ଷୟ କୁମାର ଦାସ | ପ୍ରଦୀପ୍ତ ରାମ | ଲୋଭାକାନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଉପସ୍ଥିତ ଶ୍ରମିକମାନଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ ଶ୍ରମିକମାନଙ୍କୁ ସରକାରଙ୍କ ପ୍ରଦତ୍ୱ ବିଭିନ୍ନ ସହାୟତା ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମୁଦାୟ ୩ କୋଟି ୩୪ ଲକ୍ଷ ୩୯ ହଜାର ସହାୟତା ରାଶି ଜିଲ୍ଲାର ବିଭିନ୍ନ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଡ ଶ୍ରମ କମିଶନର ବାବା ଆନନ୍ଦ ରଞ୍ଜନ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ ଶ୍ରମିକ ୟୁନିଅନର କର୍ମକର୍ତା ଓ ଶ୍ରମିକମାନେ ଯୋଗଦେଇଥିଲେ ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *