Spread the love

( ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ କମିଟି ର ଚେତାବନୀ -ନିପୁର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ରେ ନଭେମ୍ବର ୩ ରେ ବିକ୍ଷୋଭ )

 

ଜଗତସିଂହପୁର

ତା=25/10(ନି ପ୍ର )

ଜଗତସିଂହପୁର ଜ଼ିଲ୍ଲା ର ନିପୁର ଠାରେ ଥିବା ସତୁରି ଏକର ସରକାରୀ ଜାଗା ରେ ମେଡିକାଲ କଲେଜ ଓ ଜ଼ିଲ୍ଲା ଡାକ୍ତର ଖାନା ପ୍ରତିଷ୍ଠା କରିବା ସଙ୍ଗେସଂଗେ ବର୍ତମାନ ର ଜ଼ିଲ୍ଲା ଡାକ୍ତରଖାନା କୁ ସିଟି ହସ୍ପିଟାଲ କରାଇବା | ଜଗତସିଂହପୁର ରେ 1955ମସିହା ରୁ ଥିବା ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ 1995ମସିହାରେ ଏହାକୁ ଉଠାଇଦେବା ପାଇଁ ସରକାରୀ ଘୋଷଣା ନାମା ପ୍ରକାଶ ପାଇଥିଲା କିନ୍ତୁ ଜନ ସାଧାରଣ ଙ୍କ ବିରୋଧ ହେତୁ ତାହା ଉଠିଲା ନାହିଁ | ବର୍ତମାନ ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅନ୍ୟାନ୍ୟ ଜ଼ିଲ୍ଲା କୁ ସ୍ଥାନାନ୍ତର କରାନଯାଇ ବିରିଡି ଠାରେ ପ୍ରତିଷ୍ଠା କରିବାକୁ ଦାବି କରି ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ବାରମ୍ବାର ଜ଼ିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ମଧ୍ୟ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି | ଏହାର ପ୍ରତିବାଦ ରେ ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କ୍ଷେତ୍ରବାସୀ ଦାଶ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି |ଜ଼ିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଜ଼ିଲ୍ଲା ବସି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ସମସ୍ତ ଦାବି ମାନି ନିଅନ୍ତୁ ନଚେତ ନଭେମ୍ବର ୩ ତାରିଖ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଜଗତସିଂହପୁର ବନ୍ଦ ଡାକରା ଦିଆଯିବ ବୋଲି ଜଗତସିଂହପୁର ଜ଼ିଲ୍ଲା ସ୍ଵାସ୍ତ୍ୟ ସୁରକ୍ଷା ଅଭିଯାନ କମିଟି ର ଆବାହକ ଆଇନୀଜୀବି ବାସୁଦେବ, ରାଜ୍ୟ ଦଳିତ ବିକାଶ ପାରିଷଦ ସଭାପତି ଶଙ୍କର ଦାସ, ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ, ସମାଜସେବୀ ଶ୍ରୀକାନ୍ତ ଚୌଧୁରୀ, ସରିତ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *