Spread the love

( ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୩ ର ଉଦଯାପନୀ ଉତ୍ସବରେ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଜଗତସିଂହପୁର ବାସୀ)


ଜଗତସିଂହପୁର
ତା =23/1/23

ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଦୀର୍ଘ ୭ଦିନ ଧରି ଚାଲିଥିବା କଲ୍ଲୋଳ ମହୋତ୍ସବ | ଏହି ଉପଲକ୍ଷେ ପଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଏବଂ ୨୪ ତମ ପୁସ୍ତକ ମେଳା ର ଦର୍ଶକ ମାନେ ଖୁବ୍ ଭରପୁର ମଜା ନେଊଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, | ସମ୍ମାନୀୟ ଅତିଥି ଭାବେ ଜଗତସିଂହପୁର ର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି | ସାଂସଦ ଡଃ ରାଜଶ୍ରୀ ମଲ୍ଲିକ୍ | ପାରାଦୀପ ବିଧାୟକ ସମ୍ବିତ ରାଉତରାୟ | ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ | ଜିଲ୍ଲା ପରିଷଦ ମନୋଜ କୁମାର ଭୋଇ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍ ପ୍ରମୁଖ ଯୋଗଦେଇଥିଲେ। ଏହା ପରେ ରାୟଗଡ଼ା ରୁ ଆସିଥିବା ମା କଳାରଶୁଣୀ କେମସା ଦଳ ପକ୍ଷରୁ ଡଙ୍ଗରିଆ କନ୍ଧ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଆସିଥିବା ଗ୍ରୁପ ତରଫରୁ ଆଦିବାସୀ ନୃତ୍ୟ ପରିବେଷଣ ପରେ ପରେ ଓଲିଉଡ ର ଚୁଲବୁଲି ଗାୟିକା ଅସୀମା ପଣ୍ଡା ଙ୍କ ସୁମଧୁର କଣ୍ଠରେ ଜଲୱା ଦେଖେଇ ଉପସ୍ଥିତ ଥିବା ସାରା ଜିଲ୍ଲାବାସୀଙ୍କୁ ଝୁମେଇ ଥିଲେ। ଶେଷରେ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧକ୍ଷା ଶ୍ରୀମତୀ ପାରୁଲ ପଟୱାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *