Spread the love

( ସାରଳା ପବ୍ଲିକସ୍କୁଲ ର ବାର୍ଷିକକ୍ରୀଡାଉତ୍ସବ ଅନୁଷ୍ଠିତ

)
ଜଗତସିଂହପୁର
ତା =23/1/23
ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ ହୋଇଯାଇଛି | ଏହି ଉଛବ ରେ ପ୍ରଧାନ ଶିକ୍ଷକ ବରଦା ପ୍ରସାଦ ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ତିର୍ତୋଲ ବ୍ଲକ ଚେୟାରମ୍ୟାନ ମନୋଜକୁମାର ବେହେରା ଯୋଗଦେଇ ସାରଳାମାଟିର ପିଲାମାନେ ଭଲ ପାଠପଢିବା ସଙ୍ଗେସଙ୍ଗେ ଜଣେ ଜଣେ ଭଲ ଖେଳାଳି ଭାବରେ ମଧ୍ୟ ଦେଶବିଦେଶ ରେ ସୁନାମ ଓ ସୁଖ୍ୟାତି ଅର୍ଜନ କରିବାପାଇଁ ଆହ୍ୱାନ ଦେଇଥିଲେ | ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ସୁନୀଲକୁମାର ବେହେରା | ଯୁବନେତା ସୁବ୍ରତ ଦାଶ | ସମାଜସେବୀ ଅଶୋକକୁମାର ମହାନ୍ତି | ଜନକଲ୍ୟାଣସେବା ସମବାୟ ସମିତି ର ସଭାପତି ଅଜୟକୁମାର ରାଉଳ | ଯୁବନେତା ଅରୁଣ ମହାପାତ୍ର ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତା ଓ ନୃତ୍ୟସଂଗୀତ ପ୍ରତିଯୋଗିତା ରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସିଲ ଟ୍ରଫି ଓ ସାଟିଫିକେଟ ପ୍ରଦାନ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ଶିକ୍ଷୟତ୍ରୀ ବନଜାରାଣୀ ସିଂହ, ପ୍ରଣିତା ମହାନ୍ତି, କଳ୍ପନାରାଣୀ ଜେନା, ଲିଜାଖୁଣ୍ଟିଆ, ମନ୍ଦାକିନୀ ସିଂହ, ଜୟଶ୍ରୀ ସାହୁ, ଜ୍ୟୋତିର୍ମୟୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *