Spread the love

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ, ୨୮.୦୩ : ଆଜି ରେଙ୍ଗାଲି ହାଇସ୍କୁଲ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଏବଂ ତାଳଚେର ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ ଓ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ବୀମା ଶ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହାୟତା ରାଶି ଯଥା ବିବାହ ସହାୟତା ରାଶି ୧୮୯ ଜଣଙ୍କୁ ଟ. ୯୪,୨୫,୦୦୦/-, ୭୨ ଜଣଙ୍କୁ ମୃତ୍ୟୁ ସହାୟତା ରାଶି ଟ. ୧,୭୩,୦୦,୦୦୦/-, ୭୨ ଜଣଙ୍କୁ ଅନ୍ତ୍ୟୋଷ୍ଟି କ୍ରିୟା ସହାୟତା ରାଶି ଟ. ୩,୬୫,୦୦୦/-, ୩୮ ଜଣଙ୍କୁ ଶିକ୍ଷା ସହାୟତା ରାଶି ଟ. ୫,୯୯,୮୦୦/-, ୧୩ ଜଣଙ୍କୁ ମାତୃତ୍ୱ ସହାୟତା ରାଶି ଟ. ୧,୩୦,୦୦୦/- ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସର୍ବମୋଟ ୨ କୋଟି ୭୮ ଲକ୍ଷ ୧୯ ହଜାର ୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ନୂତନ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ଏହା ସହ ୭୦୦ ଜଣ ହିତାଧିକାରୀ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲ୍ଲାପାଳ ଶ୍ରୀ ଗୌରବମୟ ପ୍ରଧାନ, କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିବିକ୍ରମ କୁମୁରା, ଅନୁଗୋଳ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ କୁବେର ବେହେରା, ଅନୁଗୋଳ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇଙ୍କ ସମେତ ଶ୍ରମ କାର୍ଯ୍ୟାଳୟର ଅନ୍ୟାନ୍ୟ ସହକାରୀ ଶ୍ରମ ଅଧିକାରୀ, ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *