Spread the love

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସଭାପତିତ୍ବରେ ଆଜି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ଯ ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବମାନଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟଜଳ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା, ବାଣିଜ୍ଯ ଓ ପରିବହନ, ଅର୍ଥ ତଥା ଅନ୍ଯାନ୍ଯ ବିଭାଗ ଅଧିନସ୍ଥ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଯୋଜନା ସମ୍ବନ୍ଧିତ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକୁ ଅଧିକ ସୁଚାରୁ ଭାବରେ କାର୍ଯ୍ଯକାରୀ କରିବା ତଥା ତ୍ୱରାନ୍ୱିତ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଥିଲେ।

ସମ୍ମିଳନୀରେ ମୋ ଘର ଯୋଜନା, ଲକ୍ଷ୍ମୀ ଯୋଜନାରେ ପରିବହନ ସେବା, ରବି ଫସଲ ତଥା ମିଲେଟ୍ ମିଶନ ଏବଂ ଅନ୍ଯାନ୍ଯ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *