Spread the love

( ଜ଼ିଲ୍ଲା ପ୍ରଶାସନ ର ଧାନ କିଣା ରେ ପାତର ଅନ୍ତର ନୀତି ବିରୋଧ ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ )
ଜଗତସିଂହପୁର
ତା =13/3/23
ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ଚଳିତ ବର୍ଷ ସରକାରୀ ଧାନ ମଣ୍ଡି ରେ ସିଧା ସଳଖ ଚାଷୀ ମାନଙ୍କ ଠାରୁ ଧାନ କିଣା ରେ ପାତର ଅନ୍ତର ନୀତି ଅବଲମ୍ବନ କରିବାରୁ ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଚଳିତ ବର୍ଷ ଜଗତସିଂହପୁର ବ୍ଲକ ପଟସରା ପଞ୍ଚାୟତ ରେ ଜୟ ହନୁମାନ SHG କୁ ଜ଼ିଲ୍ଲା ପ୍ରଶାସନ ଏଗାର ହଜାର କ୍ଯୁଣ୍ଟାଲ ଧାନ କିଣିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲା |ସେଥିମଧ୍ୟ୍ୟରୁ ସାତ ହଜାର କ୍ଯୁଣ୍ଟାଲ ଧାନ କିଣି ସାରିଛି ହେଲେ ଅବଶିଷ୍ଟ ଚାରି କ୍ଯୁଣ୍ଟାଲ ଧାନ କିଣିବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ଧାନ ଚାଷୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି |ଜ଼ିଲ୍ଲା ପ୍ରଶାସନ ତୁରନ୍ତ ସମସ୍ତ ଧାନଚାଷୀ ଙ୍କ ଠାରୁ ଧାନ କିଣିବାକୁ ଚାଷୀ ମାନେ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *