Spread the love

{ ଜ଼ିଲ୍ଲା ସ୍କାଉଟ ଗାଇଡ଼ ସଂଗଠନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ }
ଜଗତସିଂହପୁର
ତା =1/3/23
ଜଗତସିଂହପୁର ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଜ଼ିଲ୍ଲା ସ୍କାଉଟ ଓ ଗାଇଡ଼ ସଂଗଠନ ପକ୍ଷରୁ ଜ଼ିଲ୍ଲା ମୁଖ୍ୟ ସ୍କାଉଟ ଗାଇଡ଼ କମିଶନ ର ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ସମ୍ପାଦକ ଶାରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଙ୍କ ପ୍ରତେକ୍ଷ୍ୟ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଙ୍କୁ ରାଜ୍ୟ ସ୍କାଉଟ ଟ୍ରେନିଂ କମିଶନର ଚନ୍ଦନ କୁମାର ଜେନା ମୁଖ୍ୟ ଅତିଥି ତଥା ପ୍ରଶିକ୍ଷକ ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜ଼ିଲ୍ଲା ଉପଦେଷ୍ଟା ବିଜୟ କୁମାର ରଥ, ଜ଼ିଲ୍ଲା ସ୍କାଉଟ କମିଶନର ସୁବାଷ ଚନ୍ଦ୍ର ରାଉତ, ଉପଦେଷ୍ଟା ପୂର୍ବତନ ସ୍କାଉଟ କମିଶନର ଶରତ ଚନ୍ଦ୍ର ବାରିକ, ଜ଼ିଲ୍ଲା ଟ୍ରେନିଂ କମିଶନର ହରେକୃଷ୍ଣ ଲେଙ୍କା, ଜ଼ିଲ୍ଲା ସଂଯୋଜକ ସସ୍ମିତା ଶତପଥୀ, ଜ଼ିଲ୍ଲା ଗାଇଡ଼ କମିଶନର ଲତା ଦେଇ, ଜ଼ିଲ୍ଲା ସ୍କାଉଟ ସଂଗଠନ କମିଶନର ପ୍ରତାପ ଚନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍କାଉଟ ଗାଇଡ଼ ମାନେ କିପରି ନିଜ କାର୍ଯ୍ୟ ସହ ସ୍ୱଚ୍ଛ ପରିବେଶ, ପରିକଳ୍ପନା, ବିଭିନ୍ନ ହସ୍ତ କର୍ମ, ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଥଲା | ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ରୁ 654ଜଣ ସ୍କାଉଟ ଗାଇଡ଼ ମାଷ୍ଟର, ଗାଇଡ଼ କ୍ୟାପଟେନ ଯୋଗଦେଇଥିଲେ |ଶେଷରେ ଗାଇଡ଼ କ୍ୟାପଟେନ ଶୁଚିସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *