Spread the love


ଜାତୀୟ ଆଦିବାସୀ ମୋହସ୍ଚବ ୨୦୨୩ ପାଳନ ପାଇଁ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଜାତୀୟ ଆଦିବାସୀ ମୋହଶ୍ଚବ ପାଳନ ଉପଲକ୍ଷେ ବଡ଼ବିଲ ସହରର ୱାର୍ଡ ନମ୍ବର ୧୫ସ୍ଥିତ ବିକି ହୋଟେଲ କନଫରେନ୍ସ ହଲ୍ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଜାତୀୟ ଆଦିବାସୀ ମୋହାଶ୍ଚବ ପାଳନ କମିଟିର ସଭାପତି ଓ ଦୁଇ ସମ୍ପାଦକଙ୍କ ଦ୍ୱାରା ପ୍ରେସ୍ ବିବୃତି ପ୍ରଦାନ କରିବା ଅବସରରେ କହିଛନ୍ତି କି ଆମ ଦେଶରେ ପ୍ରାୟ ୬୨ଟି ସମ୍ପ୍ରଦାୟ ର ଆଦିବାସୀ ବସବାସ କରିଥାନ୍ତି, ସେମାନଙ୍କର କଳା, ସଂସ୍କୃତି, ବେଶଭୂଷା , ଜୀବନଶୈଳୀ ଚାଳଣି କୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରୟାସ, ଯାହାକି ଜାତୀୟ ଆଦିବାସୀ ମୋହଶ୍ଚବ ୨୦୨୩ ଆସନ୍ତା ଏପ୍ରିଲ୍ ମାସର ୨୯ଓ ୩୦ତାରିଖ ଦୁଇଦିନ ଧରି ବଡ଼ବିଲ ମୋହଶ୍ଚବ ପଡିଆ ଠାରେ ଆୟୋଜିତ କରିବାକୁ ଧାର୍ଯ୍ୟ କରଯାଇଛି, ଯେଉଁଥିରେ ପାଖାପାଖି ୧୦ଟିରାଜ୍ୟରୁ ୪୦୦୦ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମୋହାଦୟ, ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ମୋହଦୟା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜୁଏଲ ଓରାମଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *