Spread the love

ଜିଡିଏଚଏ ପକ୍ଷରୁ ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଗଞ୍ଜାମ ବ୍ୟୁର. ରୂପକ ମହାନ୍ତି.

ବ୍ରହ୍ମପୁର..ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ୨୦୨୩ ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ତାଲିମ ଶିବିର । ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ପକ୍ଷରୁ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଶିବିରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଆଜି ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପୂର୍ବତନ କର୍ପୋରେଟର ତଥା ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ ଅଧ୍ୟକ୍ଷତା କରିଥିଲେ। ସଭାରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ହ୍ୟାଣ୍ଡବଲ ସଂଘର ସଭାପତି ବିକ୍ରମ କୁମାର ପଣ୍ଡା, ଡେ଼ପୁଟି ମେୟର ବିବେକ ରେଡ୍ଡୀ, ଦୈନିକ ଅଗ୍ରଣୀ ଖବରକାଗଜ “ସକାଳ”ର ଦଖିଣଓଡ଼ିଶା ମୁଖ୍ୟ ଡ଼ଃ ଜଗନମୋହନ ମହାପାତ୍ର, କର୍ପୋରେଟର ଦୁର୍ଗା ଲାୟକ, ମିତେନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ ସଭା ପରିଚାଳନା କରିଥିଲେ। ଶେଷରେ ସଂଘର କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନଆଇସି କୋଚ ପ୍ରଶାନ୍ତ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଚାଲିଥିବା ଏହି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ସଭାରେ ଉପସ୍ଥିତ ଅତିଥିମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଏକ ଦିବାରାତ୍ର ହ୍ୟାଣ୍ଡବଲ ଟୁର୍ଣ୍ଣାମେଂଟ ଆୟୋଜନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଗଂଜାମ ଜିଲ୍ଲାରେ ଦୀର୍ଘ 25ବର୍ଷରୁ ଅଧିକ କାଳ ଧରି ହ୍ୟାଣ୍ଡବଲ ଖେଳ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସବ ଜୁନିଅର, ଜୁନିଅର, ସିନିଅର ଆଦି ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ବହୁ ଖେଳାଳୀ ବାହାରି ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିନିଧିତ୍ଵ କରିସାରିଛନ୍ତି। ସେହିଭଳି ଜିଲ୍ଲାର ବହୁ ହ୍ୟାଣ୍ଡବଲ ଖେଳାଳୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବାରୁ ଏହି ଖେଳ ପ୍ରତି ପିଲାଙ୍କ ମଧ୍ୟରେ ଦିନକୁ ଦିନ ଆଗ୍ରହ ବଢ଼ିବାରେ ଲାଗିଛି। ପ୍ରଶିକ୍ଷଣ ଶିବିରରେ ମୁଖ୍ୟ କୋଚ ପ୍ରଶାନ୍ତ କୁମାର ରଥଙ୍କୁ ଜିଲ୍ଲାର ବହୁ ସିନିଅର ଖେଳାଳୀ ତାଲିମ ପ୍ରଦାନରେ ସହଯୋଗ କରୁଛନ୍ତି। ଆଜିର ଏହି ଉଦ୍ଘାଟନୀ ସଭାରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟିର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।.

Leave a Reply

Your email address will not be published. Required fields are marked *