Spread the love

ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀରେ ଅସୁରକ୍ଷିତ ସୁରକ୍ଷା ବ୍ୟବସ୍ଥା, ଦୁର୍ଘଟଣା ଘଟି ତିନିଜଣ ଶ୍ରମିକ ଗୁରୁତ୍ବର।

କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ମାଟକାମ୍ବେଡା ସ୍ଥିତ ଆରିୟା ଷ୍ଟିଲ ପ୍ଲାଣ୍ଟ ରେ ଛାତି ଥରା ଦୁର୍ଘଟଣା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରେ ଅସୁରକ୍ଷିତ ସୁରକ୍ଷା ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ଘଟି ତିନିଜଣ ଯୁବକ ଗୁରୁତର , ଗୁରୁତର ଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ। ସୂଚନା ଅନୁଯାୟୀ ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରେ ଅକ୍ସିଜେନ୍ ସିଲିଣ୍ଡର ଅନଲୋଡ କରୁଥିବା ସମୟରେ ଅକ୍ସିଜେନ୍ ସିଲିଣ୍ଡର ଫାଟି ଯାଇଥିଲା, ଏଥିରେ ଅନଲୋଡ କରୁଥିବା ଚାରି ଜଣ କର୍ମ ଚାରି ଆହତ ହୋଇଛନ୍ତି। ଆହତ ହୋଇଥିବା ୪ଜଣ ବହୁ ସମୟ ଧରି ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଭିତରେ ପଡି ରହି ଛଟପଟ ହେଉଥିବା ବେଳେ କମ୍ପାନୀ କତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିଲେ।
ସେଠାରେ ତିନି ଜଣଙ୍କ ଅବସ୍ଥା ଅତି ଗମ୍ଭିର ଭାବେ ଗୁରୁତର ଅବସ୍ଥା ହେବାରୁ ସେମାନଙ୍କୁ ଆମ୍ବୁଲାସ୍ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରଯାଇଥିବା ଦେଖିବାକୁ ମିଳିଥିଲା
ଗମ୍ଭିର ଭାବେ ଗୁରୁତ୍ବର ହୋଇଥିବା ତିନିଜଣ ହେଲେ ବଡବିଲ ଅଞ୍ଚଳର କ୍ରିଷ୍ଣା ଦାସ, କରନ ମହାନ୍ତ, ପ୍ରେମ ସଙ୍କର ଶର୍ମା। ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ନା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଦାୟୀ ନା ଅକ୍ସିଜେନ୍ ସିଲିଣ୍ଡର ଦେଉଥିବା ଏଜେନସି ଦାୟୀ। ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବଂ ଏହା ତଦନ୍ତ ସାପେକ୍ଷ।ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଭିତରେ କାମ କରୁ ଥିବା କର୍ମଚାରୀ କେତେ ଯେ ସୁରକ୍ଷିତ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଜଣାପଡୁଛି । ପୁର୍ବରୁ ମଧ୍ଯ ଏହି ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ର ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଏହି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ତାଗିଦ୍ କରିଥିଲେ। କିନ୍ତୁ ଫଳ ଯେପରି ଶୁନ, ଚାଲିଛି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କତୃପକ୍ଷଙ୍କୁ ମାନମାନି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *