Spread the love

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୮ ଘଟିକା ରୁ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସମ୍ବଲପୁର ରେ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଅବସରରେ ବିଧର୍ମୀ ଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ଏବଂ ପଣା ସଂକ୍ରାନ୍ତି ଅବସରରେ ହିନ୍ଦୁ ଭାଇ ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଏହି ପ୍ରତିବାଦ କରାଯାଇଥିଲା। ବିଶ୍ଵ ହିନ୍ଦୁ ପରିଷଦର ବଜରଙ୍ଗ ଦଳର ଜିଲ୍ଲା ସଂଯୋଜିକ ପ୍ରଭାବ ବାରିକ, ରାଷ୍ଟୀୟ ସ୍ଵୟଂସେବକ ସଂଘ ର ଜିଲ୍ଲା ସଂଘ ଚାଳକ ବିଜୟ ସାହୁ, ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ୍ ସାହୁ ଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟ ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *