Spread the love

ଜିଲ୍ଲା ଆଇନସେବା ପ୍ରାଧିକରଣ ବଲାସିଙ୍ଗା ଗ୍ରାମ ପଞ୍ଚାୟତ ରେ ଆଇନ ସଚେତନତା ଶିବିର ଆୟୋଜନ

ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ଦ୍ବାରା ବଲାସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଫ୍ୟାମିଲି ଜଜ ଶ୍ରୀଯୁକୁ ସଦାଶିବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିରର ଆୟୋଜନ
ହୋଇଯାଇଅଛି । ଏହି ଶିବିରରେ ଜନ ସାଧାରଣ ମାନଙ୍କୁ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଯଥା FIR(ଏତଲା), ଜାମିନ, ସମନ, ୱାରେଣ୍ଟ , ଅପିଲ ଓ ପ୍ଲି ବାରଗେନୀଙ୍ଗି ଇତ୍ୟାଦି ସମନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରାଇ ଜନ ସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା । ଏହି ଶିବିରରେ ଫ୍ୟାମିଲି ଜଜ ଶ୍ରୀଯୁକୁ ସଦାସିବ ଜେନା ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଐଶ୍ୱରୀୟ କର, ଶୁଭଲକ୍ଷ୍ମୀ ପଟ୍ଟନାୟକ, ସିଲଭାସା ବଡ଼ଜେନା ଏବଂ ବଲାସୀଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ ଉପସ୍ଥିତ ଥିଲେ । ଏହି ଶିବିର ଟିକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଏସ ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *