Spread the love

ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷତା ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି ମତ୍ସ୍ୟ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମତ୍ସ୍ୟ ଚାଷ ର ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ନିରୋଦ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଉପ ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ସମେତ ବହୁ ଜିଲ୍ଲା ଅଧିକାରୀ ଯୋଗ ଦେଇ ମତ୍ସ୍ୟ ଚାଷ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧ ମତ୍ସ୍ୟ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପ୍ରଧାନ ମତ୍ସ୍ୟ ପୋଖରି ଯୋଜନାରେ ପ୍ରତିମା ସାହୁ, ଜୈବ ପୁଞ୍ଜ ଯୋଜନାରେ ଲତାଞ୍ଜଳୀ ପ୍ରଧାନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବୃନ୍ଦାବତୀ, ପୁରୁଣାଗଡ଼, ଛେଣ୍ଡିପଦା ଆଦି ଙ୍କୁ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *