Spread the love

ଅନୁଗୋଳ, ୧୧/୬ : ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା-୨୦୨୫ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ର ସମୟ ସୀମା ୩ ଘଣ୍ଟା ନିର୍ଦ୍ଧାରଣ କରାଯାଇଥିଲା ।

ଏହି ପ୍ରତିଯୋଗୀତାରେ ୭ ଟି ବ୍ଲକରୁ ୭ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଶୋରନଗର ବ୍ଲକ, ବାମୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓମ ସାଇ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୋଦ ଚାଉଳର ଦହି ପଖାଳ, କୋଦ ଚାଉଳ ଖିରୀ, ଆମ୍ବ ଆଚାର, ଲିଆ ବଡି, ସବୁଜ କାଙ୍ଗୁ ମଣ୍ଡା ପିଠା, ପାପଡି ଚାଟ, ମଲ୍ଟି ଗ୍ରେନର ଲଡୁ, ଦହି ବରା, କେକ୍ ଇତ୍ୟାଦି ଖାଦ୍ୟ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ଅନୁଗୋଳ ବ୍ଲକ ଅନ୍ତର୍ଗତ ବନିଆବାହାଳ ୱାର୍ଡ ନମ୍ବର ୯ ର ନାରୀ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୋଦ ଚାଉଳ ଖେଚୁଡି, ମାଣ୍ଡିଆ ଦହିବରା, ସୁଆଁ ଛେନାପୋଡ, କୋଦ କଚୁମ୍ବର ଇତ୍ୟାଦି ଖାଦ୍ୟ ପ୍ରସ୍ତୁତି କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ବନରପାଳ ବ୍ଲକ, କୁମଣ୍ଡ ଗ୍ରାମ ପଞ୍ଚାୟତ ର ମା ସନ୍ତୋଷି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଭାତ, ଡାଲମା, ଛତୁ ବେସର, ପନୀର୍ ତରକାରୀ, ସଜନା ଶାଗ, , ଛେନା ପୋଡ, ଛେନା ମଣ୍ଡା ଇତ୍ୟାଦି ପ୍ରସ୍ତୁତ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସର୍ବଶେଷରେ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମାନପତ୍ର ଓ ସ୍ଥାନ ଅଧିକାର କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *