Spread the love

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇଛି । ପ୍ରାତଃ ରୁ ଜୟ ବିଜୟ ଆଳତି କରାଯାଇ । ୫.୩୦ ସମୟରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ୬ଟା ସମୟରେ ପହଣ୍ଡି କରାଯାଇ ଥିଲା। ପହଣ୍ଡି କରାଯାଇ ସ୍ନାନ ବେଦୀକୁ ବଳରାମ,ସୁଭଦ୍ରା,କୃଷ୍ଣ ,ଓ ଜଗନ୍ନାଥ ଙ୍କୁ ସ୍ନାନ ବେଦୀକୁ ବିଜେ କରାଯାଇ ଥିଲା। ସେଠାରେ ନୀତି ପୂଜା କରାଯାଇଥିଲା । ପଞ୍ଚ ଉପଚାରରେ ସ୍ନାନ କରଯାଇଥିଲା। କ୍ଷୀର ,ଦହି, ଗୁଡ଼, ମହୁ,ଘିଅ ରେ ସ୍ନାନ କରାଇ ୧୦୮ ଗଡୁରେ ସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର ପରିଧାନ କରାଇ ଚନ୍ଦନ ଲାଗି ବେଶ କରାଯାଇଥିଲା । ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା। ପରେ ବଳରାମ ,କୃଷ୍ଣ,ସୁଭଦ୍ରା ଙ୍କୁ ସୁନାବେଶ କରା ଯାଇ ଥିଲା ଜଗନ୍ନାଥ ଙ୍କୁ ରୂପା ବେଶ କରାଯାଇଥିଲା। ବଲଭ ଭୋଗ ଲାଗି କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ମିଠା ଫଳମୂଳ ଭୋଗ ଲାଗି କରାଯିବ । ଅପରାହ୍ନ ସମୟରେ ଅର୍ଣ ,ଖେଚେଡ଼ି ,ଡାଲମା,କ୍ଷୀରି,ଖଟା ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ । ରାତ୍ରରେ ପହଣ୍ଡି କରାଯାଇ ଅଣସର ବେଦୀ ଙ୍କୁ ଠାକୁରଙ୍କୁ ବିଜେ କରାଯିବ। ପୂଜକ ମନସୁମନ୍ ମିଶ୍ର , ଶ୍ରୀବତ୍ସ ମିଶ୍ର ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ବାବାଜୀ ମହାପାତ୍ର , ବ୍ରଜମୋହନ ମହାପାତ୍ର କାହାଳୀ ଟିକନ୍ ବେହେରା , ମନ୍ଦିର ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ଦେବସ୍ନାନ ନୀତି ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *