Spread the love


ଜୀବନ ଯନ୍ତ୍ରଣା ରୋଗରେ ପୀଡିତ ହୋଇ ଘରେ ପଡ଼ି ରହିଛି କମଳାକାନ୍ତ ମହାନ୍ତ

ସରକାର ଙ୍କ ଯୋଜନା ମାଳ ମାଳ ଥାଉ ଥାଉ ୨୩ ବର୍ଷ ହେଲା ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ଶେଯରେ ପଡିରହିଥିବା ଜଣେ ବ୍ୟକ୍ତିଙ୍କୁ ଆଧାର କାର୍ଡ ବାହାନାରେ ପଡ଼ି କାର୍ଡ ରେ ଚାଉଳ ନଦିଆ ଯିବା ଆବାସ ଯୋଜନାରୁ ବଞ୍ଚିତ କରାଯିବା ଓ ହୁଇଲି ଚେୟାର ଖଣ୍ଡିଏ ନମିଳିବା ପାଟଣା ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ମୂଷାଖୋରୀ ଗ୍ରାମର ମୂଷାନାଳି ସାହିର ସ୍ଵର୍ଗତ କ୍ଷେତ୍ର ମହାନ୍ତିଙ୍କ ସାନ ପୁଅ କମଳାକାନ୍ତ ମହାନ୍ତ (୪୦) ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ୨୦୦୧ ଅକ୍ଟୋବର ୩ ରେ ପାଟଣା ରେ କମାଣ୍ଡର ଦୁର୍ଘଟଣାରେ କମଳାକାନ୍ତ ପଙ୍ଗୁ ହୋଇଯାଇଥିଲେ କଟକ ବଡ଼ ମେଡ଼ିକାଲରେ ୭ ମାସ ଓ ରେକୁଳା ରେ ୨ ମାସ ଚିକିତ୍ସା ସତ୍ତ୍ୱେ ତାଙ୍କ ମେରୁଦଣ୍ଡ ଅଂଚଳ ହୋଇପଡ଼ିବା ଓ ଦୁଇ ଗୋଡ଼ ପକ୍ଷାଘାତ ଆକ୍ରାନ୍ତ

ହୋଇ ରହିଲା ବାଧ୍ୟ ହୋଇ ବଡ଼ ଭାଇ ଚନ୍ଦ୍ରମୋହନ ତାଙ୍କୁ ଘରକୁ ନେଇ ଆସିଥିଲେ ସେବେଠାରୁ ସେ ନିଜ ଘରେ ଶଯ୍ୟା ଶାୟୀ ହୋଇ ରହିଛନ୍ତି ତାଙ୍କୁ ମିଳୁଥିବା ୭୦୦ ଶହ ଟଙ୍କା ଭତ୍ତା ହଁ ତାଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ୍ଚର ସାହାରା ପାଲଟିଛି ଏପରିକି ୫ ବର୍ଷ ହେଲା ଆଧାର କାର୍ଡ ରେ ମଧ୍ୟ ଚାଉଳ ମିଳୁନାହିଁ ତାଙ୍କ ନାମ ରେ ପୂର୍ବରୁ ଆବାସ ଯୋଜନାରେ ଘର ଆସିଥିବା ସେ ଜାଣିଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମଧ୍ୟ ମିଳିନାହିଁ
ଏପରି ୨୦ ବର୍ଷ ତଳେ ମିଳୁଥିବା ହୁଇଲ୍ ଚେୟାର ଟି ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ତାଙ୍କୁ ନୂଆ ସାଧାରଣ ଅଥବା ଯନ୍ତ୍ର ଚାଳିତ ହୁଇଲ୍ ଚେୟାର ମଧ୍ୟ ମିଳିପାରୁ ନାହିଁ ଯାହା ଫଳରେ କମଳାକାନ୍ତ ମହାନ୍ତ ବଡ଼ ଭାଇଙ୍କ ଆଶାରେ ଅସହାୟ ଜୀବନ ବିତାଉଛନ୍ତି ୫ ଥର ଆଧାର ଫୋଟ୍ ଉଠାଇ ଥିଲେ ମଧ୍ୟ ତାଙ୍କର ଆଧାର ହୋଇ ପାରୁଥିବା ସେ ଅଭିଯୋଗ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *