Spread the love

ଜୟ ଜଗନ୍ନାଥ ବ୍ଳକ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ

ବିଷୟ ____ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ ଏକ ବୈଠକ ସଂପାଦକ ନଟବର ମହାନ୍ତି ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଙ୍କୁ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଥିଲା । ସଂକୀର୍ତ୍ତନ କଳା କାର ମାନଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ଭର୍ତ୍ତା ପ୍ରଦାନ କରିବାକୁ ସଭାରେ ଆଲୋଚନା କରାଯାଇଥିଲା।ଏବଂ ବରିଷ୍ଠ କଳାକାର ମାନଙ୍କୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧନା କରିବାକୁ ଦାବି ଉପସ୍ଥାପନ କରାଯାଇ ଥିଲା । ଜିଲ୍ଲା ସ୍ତରରେ ସଂକୀର୍ତ୍ତନ ମହୋତ୍ସବ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇ ଥିଲା।ଉକ୍ତ ସଭାରେ ନିଳମଣି ଦାସ,ନାରଣଚନ୍ଦ୍ର ରାଉତ, ପ୍ରତାପ ଚନ୍ଦ୍ର ଦାସ,ନାରଣଚନ୍ଦ୍ର ରଣା,ବିମଳା ନାୟକ,ବସନ୍ତ ମଲିକ,ପ୍ରଭାତକୁମାର ଦାସ, ଶରତଚନ୍ଦ୍ର ନାୟକଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।ଉକ୍ତ ସଭାରେ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *