Spread the love

ଝୁମ୍ପୁରାରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର |

ଆଜି ସନ୍ଧ୍ୟାରେ ଝୁମ୍ପୁରା ଦୂର୍ଗାମନ୍ଦିର ପଛପଟେ ଥିବା ଘରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି |
ଶୁଚନା ମୁତାବକ ମୃତକ ଜଣକ ପ୍ରକାଶ ସାହୁଙ୍କ ସ୍ତ୍ରୀ ରଶ୍ମୀ ସାହୁ ବୋଲି ଜଣାପଡିଛି ଆଜି ଅପରାହ୍ନରେ ପ୍ରକାଶ ସାହୁ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ ତାଙ୍କ ପୁଆ ସ୍କୁଲରୁ ଆସି ଝୁଲନ୍ତା ଅବସ୍ଥାରେ ତାଙ୍କ ମାକୁ ଦେଖି ସଙ୍ଗେ ସଙ୍ଗେ ବାପାଙ୍କୁ ଜଣାଇଥିଲେ ତାଙ୍କ ବାପା ଘରକୁ ଆସି ତାଙ୍କର ସ୍ତ୍ରୀକୁ ଦେଖି ସଙ୍ଗେ ସଙ୍ଗେ ପଡିଶା ଓ ପୋଲିସ୍ କୁ ଶୁଚନା ଦେବାପରେ ଝୁମ୍ପୁରା ଥାନାର ଭାରପ୍ରାପ୍ତ ଅଧିକାରି ସୋମବାରୀ ହାଁସଦା ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବଦ୍ କରିଛନ୍ତି |
ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ୍ୟୁର କାରଣ ଜାଣିବା ପାଇଁ ଚେଷ୍ଟା କରୁଥିବା ବେଳେ ପାରିପାର୍ଶିକ ପରିସ୍ଥିତି କୁ ଅନୁଧ୍ୟାନ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *