Spread the love

ଟାଟା ଷ୍ଟିଲ ମେରାମଣ୍ଡଳୀରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ମେରାମ ରାମଣ୍ଡଳୀ, ଜାନୁଆରୀ ୨୬, ୨୦୨୫: ଢେଙ୍କାନାଳ ଜିଲ୍ଲା ଗଟା ଷ୍ଟିଲ୍ ମେରାମଣ୍ଡଳୀ ସ୍ଥିତ କଲୋନୀ କ୍ରିକେଟ ଗ୍ରାଉଣ୍ଡର ପରିସରରେ ରବିବାର ୭୬ତମସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମେରାମଣ୍ଡଳୀର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ କରୀ ମଣିବାବୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିକ୍ୟୁରିଟି ବିଭାଗ ମୁଖ୍ୟ ଅଭିଷେକ ଶର୍ମା, ଟାଟା ଷ୍ଟିଲ ମେରାମଣ୍ଡଳୀର ବରିଷ୍ଠ ଅଧିକାରୀ, କର୍ମଚାରୀ, ଏବଂ ସେମାନଙ୍କ ପରିବାର ବୃନ୍ଦ ଉପସ୍ଥିତ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ସୁରକ୍ଷା ଡେମୋ ପ୍ରଦର୍ଶନ କରାଯାଇଥିଲା । ଏଥିସହ ଏହି ଉତ୍ସବରେ ଉତ୍ସର୍ଗୀକୃତ ଓ ଅନୁକରଣୀୟ ସେବା ପ୍ରଦର୍ଶନ କରୁଥିବା ସୁରକ୍ଷା ଓ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *