ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ତ ଠାରେ ଟ୍ରାକଟର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ସୂଚନା ଯେ, ଆଜି ସକାଳ ୧୦ ଘଟିକା ବେଳେ ରାଜକିଶୋରପଡାର ରାକେଶ ମହାପାତ୍ର (୨୬) ଏବଂ କେନ୍ଦ୍ରାପଡା ଅଞ୍ଚଳର ଦିବ୍ୟଜ୍ୟୋତି ନାୟକ (୨୭) ବୁଲେଟ ଯୋଗେ ମୋନେଟ କାରଖାନାକୁ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ କୁମଣ୍ଡ ଠାରେ ସାମ୍ନା ପଟରୁ ଆସୁଥିବେ ଏକ ଟ୍ରାକଟର ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ରାକେଶଙ୍କର ମୃତ୍ୟୁ ହୋଇଥିଲା । ସାଥିରେ ଥିବା ଦିବ୍ୟଜ୍ୟୋତି ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଏ ପଟେ ସ୍ଥାନୀୟ ବାସୀ ଏବଂ ପରିବାର ଲୋକେ କ୍ଷତି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି । ଘଟଣା ର ଖବର ପାଇ ସଦର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପାଖରେ ଦୁର୍ଘଟଣା ଟ୍ରାକଟର ଡ୍ରାଇଭର ଫେରାର୍ ହୋଇଯାଇଥିବା ପୋଲିସ କହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଣ ପ୍ରଶିକ୍ଷଣ ଚାଳକ ଛୋଟ ବଡ ଗାଡି ଚାଳନା ଯୋଗୁ ଅଞ୍ଚଳରେ ଅଧିକାଂଶ ଦୁର୍ଘଟଣା ଘଟୁଅଛି। ଏଥିପ୍ରତି ଆଞ୍ଚଳିକ ପରିବହନ ବିଭାଗ ଧ୍ୟାନଦେବା ପାଇଁ ଅନୁରୋଧ କରିଛନ୍ତି।
ଟ୍ରାକଟର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର, ଘଟଣାସ୍ଥଳରେ ଲୋକେ କଲେ ରାସ୍ତା ଅବରୋଧ
Byjagratbharatnews
Mar 6, 2024
