Spread the love

(ଟ୍ରେନ ଦୁର୍ଘଟଣାରେ ମୃତଯାତ୍ରୀ ଓ ସାମ୍ବାଦିକ ସୁଶିଲ ମହାନ୍ତି ଙ୍କ ପାଇଁ ତିର୍ତ୍ତୋଲରେ କ୍ୟାଣ୍ଡଲ ଶୋଭାଯାତ୍ରା)

-ଜଗତସିଂହପୁର
ତା =7/6/23
ବାଲେଶ୍ଵର ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀ ଏବଂ ଏରସମା ଅଞ୍ଚଳରେ ବରିଷ୍ଟ ଲୋକପ୍ରିୟ ସାମ୍ବାଦିକ ସୁଶୀଲ କୁମାର ମହନ୍ତି ଙ୍କ ଅକାଳ ମୃତ୍ୟୁ ନିମନ୍ତେ ସାମ୍ବାଦିକ ସୁରକ୍ଷା ସମିତି ପକ୍ଷରୁ ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଆନୁକୁଲ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାରଳାମେସ ନିକଟରୁ ଏହି ଶୋଭାଯାତ୍ରା ବାହାରି ନିଶାମଣି ସାରଣୀ ସ୍ଥିତ ଆନନ୍ଦମଣ୍ଡପ ଠାରେ ଶେଷ ହୋଇଥିଲା। ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ମୁଖ୍ୟ ଉପଦେଷ୍ଟା ରମାକାନ୍ତ ରାଉଳଙ୍କ ସଭାପତିତ୍ୱ ରେ ସାମ୍ବାଦିକ ଶରତ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଦାଶ , ସୁଶିଲ ମହାପାତ୍ର, ରଞ୍ଜନ କୁମାର୍ ମଲ୍ଲିକ, ଓ ଭାଗବତ ପ୍ରସାଦ ଙ୍କ ସମେତ ଛାତ୍ରପ୍ରତିନିଧି ମାନେ ନିଜ ନିଜ ବକ୍ତବ୍ୟରେ , ଏହି ମର୍ମନ୍ତୁତ ହୃଦୟବିଦାରକ ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦାବୀକରିଥଲେ । ଅପର ପକ୍ଷରେ ଦୀର୍ଘ ଚାରିଦଶନ୍ଧି ଧରି ତିର୍ତ୍ତୋଲ ଓ ଏରସମା ଅଞ୍ଚଳରେ ଗଣମାଧ୍ୟମରେ କାର୍ଯ୍ୟ କରିଆସିଥିବା ବରିଷ୍ଟ ସାମ୍ବାଦିକ ସୁଶିଲ ମହାନ୍ତି ଙ୍କ ଅକାଳବିୟୋଗ ରେ ତାଙ୍କର କ୍ରାନ୍ତିକାରୀ ସଂଗ୍ରାମୀ ଜୀବନ ଦର୍ଶନ ଉପରେ ଆଲୋଚନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *