Spread the love

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ,ତା, ୦୭/ ୦୬/୨୦୨୩ –

ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାରେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସମ୍ଭାବନା ଥିବାରୁ ପୂର୍ବ ସୂଚନା ଅନୁସାରେ ପ୍ରତ୍ୟେକ ସ୍ତରରେ ସମସ୍ତେ ସଚେତନ ଓ ସତର୍କ ରହି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ଗନ୍ଦିଆ ଏବଂ ଭୁବନ ଅଞ୍ଚଳର ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପସିବାର ଆଶଙ୍କା ଥିବାରୁ ସେଥ୍ପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ସତର୍କ ସୂଚନା ମିଳିଲେ, ଯଥାଶୀଘ୍ର ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାର ବ୍ୟବସ୍ଥା କରିବା ସହ ଶୁଖୁଲା ଖାଦ୍ୟ, ପାନୀୟ ଜଳ, ଅତ୍ୟାବଶ୍ୟକ ଔଷଧ, କିରୋସିନ, ପ୍ରାଣୀସମ୍ପଦ ନିମନ୍ତେ ଖାଦ୍ୟ ଆଦି ଆଶ୍ରୟ ସ୍ଥଳୀ ଗୁଡିକରେ ମହଜୁଦ ରଖ୍ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଅଞ୍ଚଳ ବନ୍ୟା ଅଥବା ବାତ୍ୟାରେ ପ୍ରଭାବିତ ହେଲେ ତୁରନ୍ତ ରାସ୍ତା-ଘାଟକୁ ଗମନାଗମନ ଉପଯୋଗୀ କରିବା ନିମନ୍ତେ ଅଗ୍ନିଶମ ବିଭାଗ ଜରୁରୀକାଳିନ ସାମଗ୍ରୀ ଓ ଯନ୍ତ୍ରପାତି ସହିତ ସପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଯେପରି ଧନ ଜୀବନ କ୍ଷୟକ୍ଷତି ନ ଘଟେ ସେଥ୍ପାଇଁ ବ୍ଳକ ଏନ.ଏ.ସି. ଏବଂ ଜିଲ୍ଲା ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଇ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖୁବା ନିମନ୍ତେ ମକ ଡ୍ରିଲ କରାଇ ପ୍ରଶିକ୍ଷଣ ଦିଆଯିବ । ସମ୍ପୃକ୍ତ ଲାଇନଡିପାର୍ଟ ମେଣ୍ଟ ଅଧିକାରୀ, ବିଡିଓ, ତହସିଲଦାର, ସରପଞ୍ଚ, ପି.ଆର.ଆଇ. ମେମ୍ବର, ସମ୍ପୃକ୍ତ ଏନ.ଜି.ଓ. ର କର୍ମକର୍ତ୍ତାମାନେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହିତ ଆବଶ୍ୟକ ସ୍ଥଳେ ଜୁନିଅର ରେଡକ୍ରସ, ଏନ.ସି.ସି. ଏବଂ ସ୍କାଉଟ ଦଳମାନଙ୍କର ସହଯୋଗ ନେବାକୁ କହିଛନ୍ତି ।

ଓସଡମାର ଡି.ଆର.ଆର, କଣ୍ଟ୍ରାଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ଦାଶ, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜନସଚେତନତା ନିମନ୍ତେ ବ୍ଲକ, ଏନ.ଏ.ସି. ଏବଂ ଜିଲ୍ଲା ସ୍ତରରେ ଆସନ୍ତା ୧୮ ତାରିଖ ଦିନ ଟେବଲ ଟପ୍ ଏକ୍ସରସାଇଜ ଏବଂ ୧୯ ତାରିଖ ଦିନ ମକ୍ ଡ୍ରିଲ ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଥିଲେ । ଶେଷରେ ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧ୍ୟାକାରୀ, ବିଡିଓ, ତହସିଲଦାର ଏବଂ ସମ୍ପୃକ୍ତ ଏନ.ଜି.ଓ. ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *