{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଡ଼୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ : ରାସ୍ତାଘାଟ ଶୂନସାନ୍‌, ଯାତ୍ରୀସେବା ଠପ୍‌

ତାଳଚେର, ୦୮/୦୭ ପୂର୍ବନିଷ୍ପତିକ୍ରମେ ଓଡ଼ିଶା ଡ଼୍ରାଇଭରସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଥିବାରୁ ଆଜି ତାଳଚେର ଅଂଚଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ଡ଼୍ରାଇଭରସଂଘ ପକ୍ଷରୁ ୭ଦଫା ଦାବିନେଇ ବିଗତବର୍ଷର୍ରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ସେମାନଙ୍କର ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଖୋଲିଲା ନାହିଁ ବୋଲି ଆଜି ଏହି ଆନ୍ଦୋଳନ ସ।।ମିଲ ଡ଼୍ରାଇଭରମାନେ ଏହା ପ୍ରକାଶ କରିଛନ୍ତି । ତାଙ୍କ କହିବା କଥା ହେଲା ଯେ, ନିଜର ପରିବାର ଓ ମୋହମାୟା ସଂସାରକୁ ଛାଡ଼ି ରାସ୍ତା ଉପରେ ନିଜର ଜୀବନକୁ ବାଜି ଲଗାଇ ସର୍ବସାଧାରଣଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେଇ ଆସୁଛନ୍ତି ଏବଂ ନା ଖରା ନା ବର୍ଷା ଦିନରାତି ସମାନ କରି ସେବା ଯୋଗାଇ ଦେଇଥାନ୍ତି । ମାତ୍ର ସରକାରଙ୍କୁ ପୂର୍ବରୁ ଯେଉଁ ୭ଦଫା ଦାବି ଜଣାଇ ଆସଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ କଲେ ନାହିଁ । ତେଣୁ ଓଡ଼ିଶା ଡ଼୍ରାଇଭର ମହାସଂଘର ନିଷ୍ପତିକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛୁ ବୋଲି ତାଳଚେର ଡ଼୍ରାଇଭରମାନେ ଏହା ପ୍ରକାଶ କରିଛନ୍ତି । ଆନ୍ଦୋଳନ ଯୋଗୁଁ ଆଜି ତାଳଚର ଅଂଚଳର ରାଜପଥ ଗୁଡ଼ିକରେ କାଁ ଭାଁ କେତୋଟି ଭାରୀଯାନ ଚଳପ୍ରଚଳ କରୁଥିବା ବେଳେ ପ୍ରାୟ ଯାତ୍ରୀବାହୀ ବସ୍ ଓ ଛୋଟମୋଟ ଗାଡ଼ି ମଧ୍ୟ ଦେଖିବାକୁ ମିଳିନଥିଲା ।

Leave a Reply

Your email address will not be published. Required fields are marked *