Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ଜୋରାଗାଡ଼ିଆ ଛକରେ ଡ୍ରାଇଭର ମହାସଂଘ ସଂଘର ଶହ ଶହ ଆଜିଠାରୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଓଡିଶାରେ ୩ ଲକ୍ଷରୁ ଅଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେ । ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡ୍ରାଇଭର ସଂଘ ଓ ବିଭିନ୍ନ ମାଲିକ ସଂଘ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଥିବା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାର୍କର ଓ୍ବେଲଫେୟାର ବୋର୍ଡରେ ଅଟୋ ଡ଼୍ରାଇଭରଙ୍କୁ ସାମିଲ କରିବା, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରିବା, ଡ଼୍ରାଇଭରଙ୍କୁ ୬୦ ଵର୍ଷ ପରେ ଭତ୍ତା ପ୍ରଦାନ କରିବା, ପ୍ରତି ଶହେ କିଲୋମିଟରରେ‌ ପାର୍କିଂ, ବିଶ୍ରାମାଗାର, ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଏହାସହ ଓଡିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନାରେ‌ ଓଡିଶାର ୭୦ ପ୍ରତିଶତ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ସୁଯୋଗ ଦେବା, ସେପ୍ଟେମ୍ବର ୧ ତାରିଖ ଜାତୀୟ ଡ୍ରାଇଭର ଦିବସ କରିବା ଓ ଗାଡିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ଦିଆନଯିବା ଦାବିରେ ଆନ୍ଦୋଳନ କରାଯିବ ବୋଲି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାମ୍ୱାଦିକ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *