Spread the love

ଜଗତସିଂହପୁର
ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ର କାର୍ଯ୍ୟରତ ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ବାରିକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଜ଼ିଲ୍ଲା ସ୍ଵାସ୍ତ୍ୟ ସମିତି ତରଫରୁ ଅନୁଷ୍ଠିତ ହୋଇଯାଇଛି | ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଜ଼ିଲ୍ଲା ମିଶନ ନିର୍ଦେଶକ ଡାକ୍ତର କ୍ଷେତ୍ରବାସୀ ଦାଶ ଅଧ୍ୟକ୍ଷଟା କରି ଡାକ୍ତର ବାରିକ ଙ୍କ ର କାର୍ଯ୍ୟ ଶୈଳୀ, ସ୍ଵାସ୍ତ୍ୟ ସେବାପ୍ରତି ତାଙ୍କ ବଳିଷ୍ଠ ଯୋଗଦାନ, ଗୁଣମାନ ସେବା, ଏବଂ ଯେ କୌଣସି ବିପଦ କାଳୀନ ସମୟରେ ତାଙ୍କର ସ୍ଥିର ବୁଦ୍ଧି ଓ କାର୍ଯ୍ୟ ଦକ୍ଷତା ବିଷୟ ରେ ଆଲୋଚନା କରିଥିଲେ | ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ, ଏ ଡ଼ି ଏମ ଓ ମେଡିକାଲ ଡାକ୍ତର ଅଜୟ କୁମାର ସ୍ୱାଇଁ, ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଡ଼ି ପି ଏମ ଚକ୍ରଧର ଜେନା, ସେକ୍ସନ ଅଫିସର ବିନୋଦ ରଥ, ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରଟେଣ୍ଡେଣ୍ଟ ବୃନ୍ଦ ଯୋଗଦେଇ ଡାକ୍ତର ବସନ୍ତ କୁମାର ବାରିକ ଙ୍କୁ ଗୁଣମାନ ସେବା ଉପରେ ଆଲୋକପାତ କରିଥିଲେ | ଅନ୍ୟ ମାନ ଙ୍କ ମଧ୍ୟ୍ୟ ରେ ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ସଚିନ କୁମାର ସାହୁ, ଡ଼ି ପି ସି ବିନୋଦ ବିହାରୀ ପାତ୍ର, ଆସିଷ୍ଟାଣ୍ଡ ମ୍ୟାନେଜର ସ୍ବସ୍ତି ମହାନ୍ତି, ସୁଜିତ କୁମାର ମିଶ୍ର, ପ୍ରଭୁତି ଯୋଗଦେଇ ଡାକ୍ତର ବସନ୍ତ କୁମାର ବାରିକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମାନପତ୍ର, ଉପଢୌକାନ, ପୁଷ୍ପଗୁଛ ଦେଇ ସମ୍ବନ୍ଧିତ କରିଥିଲେ |ଶେଷରେ ଏନ ଆର ଏଚ ଏମ ସହ ନିର୍ଦେଶକ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *