Spread the love

ଜଗତସିଂହପୁର,
ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ପ୍ରଶାସନ ପକ୍ଷରୁ ଆଚରଣ ବିଧିକୁ କଡାକଡି ଭାବରେ ପାଳନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି | ଯେଉଁ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି ସେହି ଦଳ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ। ଜଗତସିଂହପୁର ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦାୟିତ୍ୱରେ ଥିବା ଜିଲା ଶ୍ରମ ଅଧିକାରୀ ବାବା ଆନନ୍ଦ ପୋଲିସ ଟିମ ଦ୍ୱାରା ବିଜେଡିର ଏକ ପ୍ରଚାର ଗାଡି ଜବତ କରିଥିବା ସୂଚନା ମିଳିଛି ।ଜବତ ହୋଇଥିବା ପ୍ରଚାର ଗାଡିକୁ କଳା ପଲିଥିନ ରେ ଘୋଡାଇ ଦିଆଯାଇଛି।ଗାଡିକୁ ଜବତ କରିବା ପରେ ଗାଡିର ଚାବିକୁ ଉପଜିଲ୍ଲାପାଳ ଙ୍କୁ ହସ୍ତାନ୍ତର କରାଯାଇଛି ।ନିର୍ବାଚନ ଆଚରଣ ବିଧି ଜାରି ରହିଥିବାବେଳେ ଉତରପ୍ରଦେଶ ନମ୍ବର ଥିବା ଗାଡି ସହିତ ଗାଡି ଚାଳକ ବିଜେଡି ସୁପ୍ରିମଙ୍କ ଫଟୋ ସହିତ ବିଭିନ ଯୋଜନା ମାରି ପ୍ରଚାର କରୁଥିବା ବେଳେ ମଧ୍ୟାହ୍ନ ରେ ସ୍ଥାନୀୟ କଲେଜ ଛକ ନିକଟରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ପୋଲିସ ପହଂଚି ଗାଡିକୁ ଜବତ କରିଥିଲେ।ନିର୍ବାଚନ ପ୍ରଚାର ପାଇଁ କୌଣସି କାଗଜପତ୍ର ନଥିବା ବେକେ ଏହି ଗାଡିଟି କିଭଳି ଭାବରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀକୁ ଆସିଲା କିପରି ।ଦୈନିକ ୧୨ ଶହ ଟଙ୍କା ଭଡାରେ ଗାଡି ଧରି ପ୍ରଚାରକୁ ଆସିଛନ୍ତି ବୋଲି ଗାଡିର ଡ୍ରାଇଭର ଙ୍କ ଠାରୁ ସୂଚନା ମିଳିଛି।ଏହି ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି।ଏଠାରେ ସୂଚନାଯୋଗ୍ୟ ଯଦି ପ୍ରଚାର ପାଇଁ ଏହି ଗାଡି ଅନୁମତି ପାଇ ନାହିଁ ତେବେ ଏତେବାଟ ଆସିଲା କେମିତି।ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ପ୍ରାଥି ଘୋଷଣା ହୋଇ ନଥିବା ବେଳେ ବିଜେଡି ଦଳ ପକ୍ଷରୁ ପ୍ରଚାର ଗାଡି ବିନା ଅନୁମତିରେ ବୁଲିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *