Spread the love

ଡେଙ୍ଗୁ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ।

 

ବିଗତ ବର୍ଷରେ ଡେଙ୍ଗୁ ରୋଗ ଖଣି ଅଞ୍ଚଳରେ ତାର କାୟା ବିସ୍ତାର କରିଥିଲା ଏବଂ ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକ ନିଜର ପ୍ରାଣ ହରାଇଥିଲେ। ସେହିଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗ ତାର କାୟା ବିସ୍ତାର କରିବାରେ ଲାଗିଛି, ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗ ର ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉ ଥିବା ଦେଖିବାକୁ ମିଳିଛି, କିନ୍ତୁ ଖଣିଜ ଅଞ୍ଚଳରେ ଏହି ରୋଗର ଉତ୍ତମ ଚିକିତ୍ସା ହେଇ ପାରୁନଥିବା ବେଳେ ଲୋକେ କଟକ ବଡ ମେଡିକାଲକୁ ଧାଇଁ ଯାଉଛନ୍ତି, ଏବଂ କଟକ ବଡ ମେଡିକାଲ ଉପରେ ଭରସା କରି ଟିକିଏ ଭଲ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକଙ୍କର ସୁଅ ଛୁଟିଥାଏ । ଏହି ଡେଙ୍ଗୁ ରୋଗ କୁ ଲୋକେ ନିଜେ ସଚେତନ ରହିଲେ ହିଁ ଏହାର ବହୁ ମାତ୍ରାରେ ନିରାକରଣ କରାଯାଇ ପାରନ୍ତା। ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ସଂଲଗ୍ନ ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳରେ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଡେଙ୍ଗୁ ରୋଗ ର ପ୍ରତିକାର ପାଇଁ ହୋଇଥିବା ସଚେତନତା କାର୍ଯ୍ୟକ୍ରମ କୁ ଆର୍ସେଲର ମିତ୍ତଲ କମ୍ପାନୀ ପକ୍ଷରୁ କରାଯାଇଥିବା ବେଳେ କୋଇଡା ବିଡିଓ ଓ କୋଇଡା ମୂଖ୍ୟ ଚିକିତ୍ସାଳୟର ମୂଖ୍ୟ ଡାକ୍ତର ଉପସ୍ଥିତ ରହି ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲ କମ୍ପାନୀ କତୃପକ୍ଷ ବୃନ୍ଦ ଉପସ୍ଥିତ ଥିଲେ।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *