Spread the love

ଡେରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳନ

ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଡେରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ଆନୁକୂଲ୍ୟରେ ଓ ମା ମଙ୍ଗଳା ଫାଉଣ୍ଡେସନ ସହଯୋଗିତାରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ଅବସରରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମାଜିକ ନ୍ୟାୟ ଦିବସ ଉପରେ ପର୍ଯ୍ୟବେସିତ ଏକ ଆଲୋଚ

ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାଳଚେର ବାର୍ ଆସୋସିଏସନ୍ ର ଓକିଲ ରୀଷ୍ଣା ମଞ୍ଜରୀ ସାହୁ, ଓକିଲ ସ୍ୱର୍ଣଲତା ପଣ୍ଡା, ପ୍ରେସିଡେଣ୍ଟ – ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କାଉନସିଲ ଶ୍ରୀମତୀ ପଦ୍ମାକ୍ଷୀ ସିଂହ, ସାମ୍ବାଦିକ ଓ ଓରିଶା ଟୁଡେର ଜିଲ୍ଲା ପ୍ରତିନିଧି ସୁଶିଲ କୁମାର ଆଇଚ, ତାଳଚେର ବ୍ଲକ୍ ବୋର୍ଡ – ଇଣ୍ଟର୍ ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ୍ ଅଧିକାରୀ ଶ୍ରୀ ଦେବେନ୍ଦ୍ର ସିଂହ ଓ ଡେରା ସରସ୍ଵତୀ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଭିମନ୍ୟୁ ବାରିକ ପ୍ରମୁଖ ଅତିଥି ରୂପେ ମଞ୍ଚାସିନ ହୋଇ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ଓ ଉପସ୍ଥିତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନା ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମା ମଙ୍ଗଳା ଫାଉଣ୍ଡେସନ ସଭାପତି ଶ୍ରୀ ମନମୋହନ ଷେଣ୍ଢ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଭି ଏଚ୍ ପି ସେକ୍ରେଟାରୀ ରଞ୍ଜିତ ମିଶ୍ର ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *