Spread the love

ଢେଙ୍କାନାଳ ଜିଲ୍ଲା କୃଷକ କଂଗ୍ରେସର ଜିଲ୍ଲାପାଳଙ୍କୁ
୧୫ ଦଫା ଦାବୀ ପତ୍ର ପ୍ରଦାନ

ଢେଙ୍କାନାଳ, ତା.୦୫.୦୮.୨୦୨୩ – ଅଦ୍ୟ ଢେଙ୍କାନାଳ ଜିଲ୍ଲା କୃଷକ କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ୍ରୁ ଚାଷୀ ଏବଂ ମହିଳାଚାଷୀମାନେ ବହୁ ସଂଖ୍ୟାରେ ଜିଲ୍ଲାପାଳଙ୍କ ଅଫିସ୍ ନିକଟ ମୁଖ୍ୟ ରାସ୍ତା ଠାରେ ଏକତ୍ରୀତ ହୋଇଥିଲେ । ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ସରୋଜ କୁମାର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ପି.ସି.ସି. ସମ୍ପାଦକ ସୁରେଶ କୁମାର ପାଣିଗ୍ରାହୀ, ପି.ସି.ସି. ସଭ୍ୟ ସୁନିଲ୍ କୁମାର ଦାଶ, ଓ.ବି.ସି. ସେଲ୍ ଜିଲ୍ଲା ସଭାପତି ନିଶାକର ସାହୁ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, କୃଷକ କଂଗ୍ରେସ ଉପସଭାପତି ନକୁଳ ରାଉତ, ବ୍ଲକ୍ ସଭାପତି ହେମନ୍ତ ବେହେରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ବେହେରା, କେ.କେ.ସି.ର ରୁକ୍ମଣୀ ଦଳେଇ ପ୍ରମୁଖ ବହୁ କୃଷକ ପ୍ରତିନିଧିମାନେ ଯୋଗଦେଇ କୃଷକ କୃଷି ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷତଃ ଚାଷୀଙ୍କୁ ସାର୍ ବିହନ ଠିକ୍ ଭାବରେ ଯୋଗାଯାଉନାହିଁ । ନକଲି ବିହନ ଦେଇ ଠକି ଦେଉଛନ୍ତି । କୃଷିବୀମା ଠିକ୍ ଭାବେ କରାଯାଉ ନାହିଁ । ହାତୀ ପ୍ରତିଦିନ ମଣିଷ ମାରୁଛି । ସେଥିପାଇଁ ସରକାର ହାତୀ କରିଡର କରୁନାହାଁନ୍ତି । ହାତୀ ମହିଗଲେ ଲୋକଙ୍କୁ ଜେଲ୍ ଜୋରିମନା ହେଉଛି । ହାତୀ ବାରାହା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ୫୦ ପ୍ରତିଶତ ଜମି ପଡିଆ ରହିଲା । ଚାଷୀ ପଞ୍ଜିକରଣ ଠିକ୍ ଭାବେ ହେଉନାହିଁ । ଖରିଫ୍ ଧାନ ଅମଳ ବେଳେ ଚାଷୀ ଧାନକୁ ମଣ୍ଡିରେ ନନେଇ ଦଲାଲମାନଙ୍କ ଧାନରେ ମଣ୍ଡି କୋଟା ପୁରଣ ହେଉଛି । ଦର୍ଦାମ୍ ବୃଦ୍ଧି ଯୋଗୁ ଚାଷୀ ଖାଇବାକୁ ପାଉନାହିଁ । ଭବିଷ୍ୟତରେ କତ୍ୃପକ୍ଷ ଏ ସମ୍ପର୍କରେ ଦୃଢ ପଦକ୍ଷେପ ନନେଲେ ଏକ ଦୁର୍ବାର ଆନେ୍ଦାଳନ ହେବ । ହଜାର ହଜାର ଚାଷୀ ସରକାରହ୍କୁ ଘେରିବାକୁ ବାଧ୍ୟ ହେବେ । ସର୍ବଶେଷରେ ଜିଲ୍ଲାପାଳଙ୍କ ତରଫରୁ ଜୁଡିସିଆଲ୍ ଅଫିସ୍ର ଦାବୀପତ୍ର ଗ୍ରହଣ କରିଥିଲେ । ଶେଷରେ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *