Spread the love

ଢେଙ୍କାନାଳ ବିଭିନ୍ନ ଲକ୍ଷ୍ମୀଙ୍କ ମନ୍ଦିରରେ ବସୁମତୀ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି

ଢେଙ୍କାନାଳ ର ବିଭିନ୍ନ ଲକ୍ଷ୍ମୀଙ୍କ ମନ୍ଦିର ମାନଙ୍କରେ, କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର, ଗଶେଷ ବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର,ମିନା ବଜାର ସ୍ଥିତ ମଉଡମଣୀ ରାଜଲକ୍ଷ୍ମୀ ମନ୍ଦିର ଓ ମହାବୀର ବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର ଇତ୍ୟାଦି ମନ୍ଦିର ଗୁଡିକ ରେ ବସୁମତୀ ସ୍ନାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ରଜ ପର୍ବ ପାଇଁ ତିନି ଦିନ ମହାଲକ୍ଷ୍ମୀ ପୂଜା ପାଇନଥାନ୍ତି। ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ପଞ୍ଚାମୃତ ରେ ସ୍ନାନ ସୁଅତର ଜଳରେ ସ୍ନାନ ସୁଧ ଜଳରେ ସ୍ନାନ ମା ଲକ୍ଷ୍ମୀଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ବିଭିନ୍ନ ଫୁଲରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଷୋଡ଼ଶ ଉପଚାରରେ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ରାତ୍ରୀ ଧୂପ ପରେ ପହଡ ପଡ଼ିବ ମହାଲକ୍ଷ୍ମୀଙ୍କ ମନ୍ଦିର।

Leave a Reply

Your email address will not be published. Required fields are marked *