ତାଳଚେର କିଶୋର କ୍ଲବର ୬୧ତମ କ୍ରିଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ।
ତାଳଚେର, ୨୭/୧୦ ସର୍ବପୁରାତନ କିଶୋର କ୍ଲବର ଶାରଦୀୟ ୬୧ତମ କ୍ରିଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା କ୍ଲବ୍ ପରିସରରେ ଉଦଯାପିତ ହୋଇଯାଇଛି।ଛଅ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ ମାହାନ୍ତି ଯୋଗଦେଇ ବହୁ ପୁରାତନ ଏହି କ୍ଲବ୍ ସାରା ରାଜ୍ୟରେ କ୍ରିଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବହନ କରଛି, ଏଠାରୁ ବହୁ ପ୍ରତିଭାବାନ ଖେଳାଳି ଦେଶ ଓ ରାଜ୍ୟରେ ନିଜର ପାରଦର୍ଶିତା ଦେଖାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଗୋଳ କଲେଜର ଅଧ୍ୟାପକ ତଥା ଚଳଚ୍ଚିତ୍ର ଅଭିନେତା ଡଃ ଗୋବିନ୍ଦ ଚନ୍ଦ୍ର ଥମ୍ବ, ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ,ତାଳଚେର ପଟ୍ଟାୟତ ଶୈଳେନ୍ଦ୍ର ଚନ୍ଦ୍ର ଦେବ ସିନେ ଅଭିନେତ୍ରୀ ରୋଜା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ଏହି ଅବସରରେ ଅତିଥି ମାନଙ୍କଦ୍ବାରା ବିଭିନ୍ନ ବରିଷ୍ଠ ସାମ୍ବାଦିକ ବିମଳ କୃଷ୍ଣ ଥମ୍ବ, ରାଣୀ ଶୁକଦେଇ ବାହିନୀ ତଥା ତାଳଚେର ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶୋଭାଗିନୀ ଦେବୀ, ବିଶିଷ୍ଟ ଆୟୁର୍ବେଦୀକି ଓ ଜଡ଼ିବୁଟି ପାଇଁ ଗଣେଶ୍ଵର ସ୍ବାଇଁ ଜାତୀୟ ସ୍ତରୀୟ ଟେନିସ କ୍ରିକେଟ ଖେଳାଳୀ ସୂର୍ଯ୍ୟାଶୁ ସତପଥି ଙ୍କୁ ମୁଖ୍ୟ ଅତିଥି ମାନଙ୍କଦ୍ବାରା ସମ୍ମାନିତ କରାଯାଇଥିଲା, ସେହିପରି ଅଜୟ ଭୂତିଆ ରାଜ୍ୟସ୍ତରୀୟମହିଳା କାବାଡି ପ୍ରତିଯୋଗିତାରେ ଚମ୍ପିୟାନ ସମ୍ବଲପୁର ଦଳ ଓ ରନର୍ସ ଦଳ ଭାବେ ଆସ୍କାକୁ ସିଲ୍ କପ୍ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟ କ୍ରମକୁ କ୍ଲବର କାର୍ଯ୍ୟ କାରୀ ସଭାପତି ପେସ୍କାର ଗଡ଼ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଦୟାସାଗର ମିଶ୍ର ଅତିଥି ପରିଚୟ ସମ୍ପାଦକ ଦିପକ ଥମ୍ବ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଧୂରେନ ସତପଥି ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଗୋଳ ଜିଲ୍ଲାର ପାଞ୍ଚ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗନେଇ ଥିବା ବେଳେ ଦେଢ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗିତା ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା।
