Spread the love

ସିଇସି-ଏସ୍‌ଆଇଆର୍‌ ମାମଲାର ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନିର୍ବାଚନ ଆୟୋଗର ସତ୍ୟପାଠ ଉପରେ ଜବାବ ରଖିବାକୁ ଆବେଦନକାରୀଙ୍କୁ ମିଳିଲା ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ, ୨୭/୧୦: ଭାରତୀୟ ନିର୍ବାଚନ ଆୟୋଗ (ECI)ର କାର୍ଯ୍ୟପ୍ରଣାଳୀକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିବା ସହ ଆୟୋଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ନିଜର ପ୍ରତିଜବାବ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଅନ୍ୟ ନିର୍ବାଚନ ଆୟୁକ୍ତମାନଙ୍କ ସହ ପରାମର୍ଶ ନକରି ଏକପାଖିଆ ଭାବେ ନିଷ୍ପତ୍ତି ନେଉଥିବା ଅଭିଯୋଗ ଏହି ଆବେଦନରେ ଉଠାଯାଇଛି। ଏଥିସହ ନିର୍ବାଚନ ଆୟୋଗର କାର୍ଯ୍ୟଧାରା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ମାମଲାରେ ନିର୍ବାଚନ ଆୟୋଗ ପକ୍ଷରୁ ଦାଖଲ ସତ୍ୟପାଠର ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେବା ସହ ସର୍ବୋଚ୍ଚ ଅଦାଲତ ଆସନ୍ତା ନଭେମ୍ବର ୧୭ ପୂର୍ବରୁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣିରେ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ସମ୍ପର୍କିତ ଅଭିଯୋଗ ଏବଂ ଆବେଦନକାରୀଙ୍କ ପ୍ରତିଜବାବ ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *