Spread the love

( ତିର୍ତ୍ତୋଲ ବିଧାୟକ ଙ୍କୁ ଗିରଫ ବହିସ୍କାର ଦାବିରେ ବିଜେପି ପକ୍ଷରୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ।

)
ଜଗତସିଂହପୁର
ତା=8/2/23
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରେମକାକୁ ନ୍ୟାୟ ଦେବା ସହିତ ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ କରିବା ଦାବିରେ ବିଜେପି ମହିଳା ମୋର୍ଚ୍ଚା,ଯୁବମୋର୍ଚ୍ଚା,କୃଷକ ମୋର୍ଚ୍ଚା,ଅନୁସୂଚିତ ଜାତି ମୋର୍ଚା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି। ଜଗତସିଂହପୁର ପୋଲିସ ସୋମଲିକାଙ୍କୁ ବାରମ୍ବାର ଥାନାକୁ ଡ଼ାକି ବାରମ୍ବାର ଜେରା କରୁଥିବା ବେଳେ ବିଧାୟକ ବିଜୟ ଶଙ୍କରଙ୍କୁ କାହିଁକି ଜେରା କରି ନାହିଁ ଓ ବିଧାୟକଙ୍କ ବିରୋଧରେ କାହିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ବିଜେପି ପକ୍ଷରୁ ଏସପିଙ୍କ ନିକଟରେ ଦାବିକରାଯାଇଛି | ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ସୋମାଲିକା ଦାଶ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବା ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ବାନ୍ଧବୀ ଦେଇଥିବା ଏତଲା ଅନୁଯାୟୀ ଆଇପିସି ର ଦଫା- ୩୭୬,୩୧୩,୫୦୬,୩୪ ଅନୁସାରେ ଜଗତସିଂହପୁର ଥାନାରେ ୯୫/୨୦୨୩ ମାମଲା ରୁଜୁ ହୋଇଛି। ସମସ୍ତ ଧାରାଗୁଡିକ ଅତ୍ୟନ୍ତ ଗୁରୁତର ଓ ସଙ୍ଗୀନ ଅପରାଧ ହୋଇଥିବା ବେଳେ ବିଧାୟକ ଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜିଲ୍ଲା ବିଜେପି ଦଳ ପକ୍ଷରୁ ବିଧାୟକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଶାସକ ଦଳର ଜଣେ ଯୁବ ବିଧାୟକ ଙ୍କ ଏ ଭଳି କାର୍ଯ୍ୟକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯିବା ସହିତ ବିଧାୟକ ବିଜୟ ଶଙ୍କର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *