Spread the love

(ତ୍ରିତୋଲ ବିଧାୟକ ଙ୍କ ନାମରେ ବିରୋଧି ଦଳର ଅପପ୍ରଚାର ଓ ଅପନିନ୍ଦା କୁ ନେଇ ବିଜୁ ମହିଳା ଜନତା ଦଳ ର ସାମ୍ବାଦିକ ସମ୍ମିଳନୀ )
ଜଗତସିଂହପୁର
ତା =23/2/23
ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାନ୍ଧବୀ ସୋନାଲିକା ଦାସ ଙ୍କ ପ୍ରେମ ସମ୍ପର୍କ କୁ ନେଇ ଅନେକ ଦିନ ହେବ ଦ୍ୱନ୍ଦ୍ୱ ଉପୁଜିଛି | ବିଧାୟକ ବିଜୟ ଶଙ୍କର ପ୍ରେମିକା ସୋନାଲିକା କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଛି |ଏଥିନେଇ ସୋନାଲିକ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି | ଜଗତସିଂହପୁର ପୋଲିସ ଅଭିଯୋଗ ର ସତ୍ୟା ସତ୍ୟ କୁ ଭିତିକରି ଅନୁସନ୍ଧାନ ଚଳାଇଥିବା ବେଳେ ବିରୋଧି କଂଗ୍ରେସ ଏବଂ ବିଜେପି ଏହାର ରାଜନୈତିକ ଫାଇଦା ଉଠାଇବାକୁ ମସୁଧା କରି ବିଧାୟକ ବିଜୟ ଶଙ୍କର ଙ୍କ ନାମରେ ଅପନିନ୍ଦା ଓ ଅପପ୍ରଚାର କରୁଛି |ଏହା ସବୁଠାରୁ ନିନ୍ଦନୀୟ ଘଟଣା |ଏହି ଘଟଣା କୁ କେବେ ବରଦାସ୍ତ କରାଯିବ ନାହିଁ | ଦରକାର ପଡିଲେ ତ୍ରିତୋଲ ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନ ପାଇଁ ବିଜୁ ମହିଳା ଜନତା ଦଳ ରାଜ ରାସ୍ତାକୁ ଓହ୍ଲାଇ ଉଚିତ ଜବାବ ଦେବ ବୋଲି ରଘୁନାଥପୁର ସ୍ଥିତ ମଦନ ମୋହନ ମଠ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ ମହିଳା ସଭାନେତ୍ରୀ ମାନେ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *