Spread the love

ଦକ୍ଷିଣାଞ୍ଚଳ ଜୋନାଲ ପୋଲି ଫେଷ୍ଟ ଉଦଯାପିତ।
ଜାଗ୍ରତ ଭାରତ ନ୍ୟୁଜ ଗଞ୍ଜାମ ବ୍ୟୁର, ରୂପକ ମହାନ୍ତି,

ବ୍ରହ୍ମପୁର ଉମାଚରଣ ଇଂଜିନିୟରିଂ କଲେଜ ଖେଳ ପଡିଆ ରେ ତିନିଦିନ ଧରି ଚାଲିଥିବା ଦକ୍ଷିଣାଞ୍ଚଳ ଜୋନ ପୋଲି ଫେଷ୍ଟ ଉଦଯାପନୀ ସମାରୋହ ଅନୁଷ୍ଠିତ। ଫେବୃଆରୀ ୨୦ ରୁ ୨୨ ତିନି ଧରି ଚାଲିଥିବା କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗୀତା ଆୟୋଜିତ ହେଇଥିଲା। ଦକ୍ଷିଣାଞ୍ଚଳ ର ସାତଟି ଜିଲ୍ଲା ଗଞ୍ଜାମ,ଗଜପତି, ରାୟଗଡ଼ା,କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ର ୨୧ ଗୋଟି ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ରୁ ୧୨୦୦ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୟୁସିପି ଏବଂ ଏସଏମଆଇଟି ଦୁଇଟି ଅନୁଷ୍ଠାନ ରେ କ୍ରମାଗତ ଭାବେ ବ୍ୟକ୍ତି ଗତ କ୍ରୀଡ଼ା , ଦଳଗତ କ୍ରୀଡ଼ା, ସଙ୍ଗୀତ ଓ ନୃତ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତା ହୋଇଥିଲା। ଆଜିର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷ ଈଂ ପ୍ରକାଶ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିଲେ,ସମ୍ମାନୀତ ଅତିଥି ଭାବେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଏସଏମଆଈଟି ସଭାପତି ଡ଼.ଭଗବାନ ଗନ୍ତାୟତ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ମଳୟ ବିଷୋୟୀ, ଭାଗିରଥି ମହାରଣା , ସରକାରୀ ପଲିଟେକନିକ୍ କଲେଜ୍ ଅଧ୍ୟକ୍ଷ ନିର ଶେଖର ନାୟକ ମଞ୍ଚାଷିନ ରହିଥିଲେ। ଶାରିରୀକ ଓ ମନସିକ ସ୍ତରରେ ନିଜକୁ ସୁସ୍ଥ ରଖିବା ପାଇଁ କ୍ରୀଡା ଏକ ମାଧ୍ୟମ ଏହା ସହ ଯୁବପିଢି ସଦାବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଦଳେଇ କହିଥିଲେ।ଆଜିର ଉଦଯାପନୀ ଉତ୍ସବରେ ବିଭିନ୍ନ କ୍ରୀଡା ଯଥା ବ୍ୟକ୍ତିଗତ କ୍ରୀଡା ରୁ ଉଭୟ ପୁରୁଷ ଏବଂ ମହିଳା ୧୯ ଜଣ ,୨ଗୋଟି ଗ୍ରୁପ୍ ,କ୍ରୀଡା ରୁ ୯ଗୋଟି ଦଳ ଏବଂ ନୃତ୍ୟ ଓ ସଙ୍ଗୀତ ରେ ୨୧ ଜଣ ,୯ ଗୋଟି ଦଳ ଗୁଡ଼ିକୁ ଟ୍ରଫି ସହ ମାନପତ୍ର ପ୍ରଦାନ କରଯାଇଥିଲା।ଏଠାରୁ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଫେବୃୟାରୀ ରେ ଭୁବନେଶ୍ୱର ରେ ହେବାକୁ ଥିବା ରାଜ୍ୟସ୍ତରୟ ପୋଲି ଫେଷ୍ଟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ କଲେଜ ଶିକ୍ଷକ,ଶିକ୍ଷୟତ୍ରୀ ପରିଚାଳନା କରୁଥିଲେ ସେମାନଙ୍କୁ ଛାତ୍ରଛାତ୍ରୀ ମାନେ ସହଯୋଗ କରୁଥିଲେ।ଶେଷରେ ସତ୍ୟ ଶଙ୍କର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *