Spread the love

ଦଣ୍ଡସିହା ଗ୍ରାମ ମୌଜାରେ ସରକାରୀ ଜମି ଆଦେଶ ନାମକୁ ଖାରଜ ନିମନ୍ତେ କଣିହାଁ ତହସିଲ ଅଫିସ ଘେରାଉ

କଣିହାଁ (ଜାଗ୍ରତ ଭାରତ ନ୍ୟୂଜ)୨୩/୦୨ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ: ଦଣ୍ଡସିହା ଗ୍ରାମ ମୌଜାରେ ଥିବା ସରକାରୀ ଜମି ଖାତା
ନମ୍ୱର -୨ ୦୨ରୁ ପ୍ଲଟ ନମ୍ବର -୨୭୬/୨୨୮୦ପ୍ଲଟ ରୁ ବର୍ତ୍ତମାନ ୧୭ଜଣକୁ ଜମି ପଟା ଦେବା ନିମନ୍ତେ ଆଦେଶ ନାମକୁ ଖାରଜ କରାଯିବା ନିମନ୍ତେ ଆଜି ଦଣ୍ଡସିହା ଗ୍ରାମର ସଭାପତିଙ୍କ ନେତୃତରେ କଣିହାଁ ତହସିଲ ଅଫିସ ଘେରାଉ କରିଥିଲେ ଗ୍ରାମବାସୀ, ଯଦି ଆଦେଶ ନାମକୁ ଖାରଜ ନ କରିବେ ଶେଷରେ ଉଚ୍ଚ ନ୍ୟାୟପାଳିକାର ଦ୍ୟାରସ୍ଥ ହେବେ ବୋଲି ଗ୍ରାମବାସି ସ୍ଥିର କରିଛନ୍ତି, ଗ୍ରାମବାସୀ କହିବା ମୁତାବକ ଆଜିକୁ ପ୍ରାୟ ୪୦ବର୍ଷ ହେବ ସମଲ ବ୍ୟାରେଜ ଦ୍ଵାରା ଦଣ୍ଡସିହା ଗ୍ରାମଟି ପ୍ରଭାବିହିତ ହେଉଛି ଯାହା ଫଳରେ ଆଜି ପ୍ରଯ୍ୟନ୍ତ ସରକାର ଜାଗା ଏକ ଗୁଣ୍ଠ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଆଜି ଯେତେବେଳେ ଲୋଧବନ୍ଧ ଠାରେ ଏକ କୋର୍ଟ ନିର୍ମାଣ ହେଉଛି ସେହି ଜାଗାରେ ଥିବା ହଟିଗିଂ ଲୋକଙ୍କୁ କେମିତି ଦଣ୍ଡସିହା ମୌଜାରେ ସେହି ହଟିଗିଂ ଲୋକମାନଙ୍କୁ ଜାଗା କଣିହାଁ ତହସିଲଦାର ଦେଉଛନ୍ତି ତାହା ଏକ ଚିନ୍ତାଜନକ ଘଟଣା ବୋଲି ଗ୍ରାମ ବାସୀ ଚିନ୍ତା ପ୍ରକଟ କରିଛନ୍ତି,କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *