Spread the love

ଦଧିବାମନ ଙ୍କ ଅପେକ୍ଷାରେ ନନ୍ଦିଘୋଷ ରଥ

ଭଟଲି ୨୫/୬(ଅଭିମନ୍ୟୁ ପଧାନ):- ପବିତ୍ର ରଥଯାତ୍ରା ଯେତେ ପାଖେଇ ଆସୁଛି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ପିଠ ସେତେ ଚଳଚଞ୍ଚଳ ହୋଇ ଉଠୁଛି। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପ ରେ ବିଜେକରିବା ପରଠାରୁ ଜ୍ବରାକନ୍ତ ହୋଇ ଅଣସର ପିଣ୍ଡିରେ ବିଜେ କରିଥିଲେ ।ତେବେ ରାଜ ବୈଦ ଙ୍କ ପ୍ରସ୍ତୁତ ଔଷଧ ଦ୍ବାରା ଓ ପୁରୋହିତ ମାନଙ୍କ ସେବା ତଥା ଦଶମୂଳ ପାଞ୍ଚନ ସେବନ କଲାପରେ ମହାପ୍ରଭୁ ସୁସ୍ଥ ହୋଇ ମାଉସୀ ମାଁ ପାଖକୁ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। ତେଣୁ ୨୭ତାରିଖ ରେ ନେତ୍ରୋତ୍ସବ ପରେ ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପରେ ମହାପ୍ରଭୁ ନନ୍ଦିଘୋଷ ରଥରେ ମାଉସୀ ମାଁଙ୍କ ମନ୍ଦିରକୁ ଯାତ୍ରା କରିବା ପାଇଁ ନନ୍ଦିଘୋଷ ରଥ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ଆଜ୍ଞା ମାଲକୁ ଅପେକ୍ଷାକରି ବାଟ ଚାହିଁ ଛିଡା ହୋଇ ରହିଛି । ଉକ୍ତ ନନ୍ଦିଘୋଷ ରଥରେ ୪୭୨ ଖଣ୍ଡ କଠ ,ଆଠଗୋଟି ଚକ ଯହାର ଉଚ୍ଚତା ସାଢେଚାରି ଫୁଟ, ୪ଟି ଆଖ, ରଥର ଉଚ୍ଚତା ୪୧ଫୁଟ, ଦୈର୍ଘ୍ୟ ୨୫ଫୁଟ , ପ୍ରସ୍ଥ ୨୦ଫୁଟ, ରଥ ଦଉଡି ନାମ ସଂଖଚୁଡ, ୫୧ ଟି ଧ୍ବୟା, ଆଠଟି ପାବଚ୍ଛ,ଦ୍ୱାରପାଳ ଜୟ ବିଜୟ , ଦୁଇ ଅଶ୍ବ ର ନାମ ବଳାହକ ଓ ହରିଦ୍ବାଶ, ରଥାବରଣ କପଡା ଲାଲ ,କଲା,ହଲଦିଆ ପାଟ ବସ୍ତ୍ର , ରଥ ପତାକାର ଚିହ୍ନ ଗରୁଡ, ନାମ ତ୍ରିଲୋକ ମୋହିନୀ, ରଥର ଅସ୍ତ୍ର ଶଙ୍ଖ ଚକ୍ର ଅଟେ ।

। କେତେବେଳେ ମହାପ୍ରଭୁ ଆସିବେ ତାଙ୍କର ଅପେକ୍ଷା ରେ ନନ୍ଦିଘୋଷ ରଥ ।ଆଉ କେତେବେଲେ ସୁସଜ୍ଜିତ ହୋଇ ମହାପ୍ରଭୁ ଆସିବେ ତାଙ୍କର ବାଟ ଚାହିଁ ବସିଛନ୍ତି ଭକ୍ତମାନେ । ନବଜାତ ଶିଶୁ ମାନଙ୍କ ରଥଛୁଆଁ ପାଇଁ ବାପାମାଆ ପ୍ରସ୍ତୁତି ମଧ୍ଯ କରୁଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ମଧ୍ଯ ଏହି ପ୍ରସିଦ୍ଧ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିସାରିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆରକ୍ଷୀ ବାହିନୀ ରୁଟ ମ୍ୟାପ ପ୍ରସ୍ତୁତି କରି ସାରିଥିବା ବେଳେ ବର୍ତ୍ତମାନ ରାଜ୍ୟରେ କିଛି ଜିଲ୍ଲା ରେ ବ୍ୟାପିଥିବା ଡାଇରିଆ ମୁକାବିଲା ପାଇଁ ସମସ୍ତ ଖାଦ୍ୟ ଦୋକାନୀକୁ ମାନଙ୍କୁ ସତର୍କ କରିଦିଆଯାଇଛି। ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ରଥଯାତ୍ରା କୁ କେମିତି ସରସ ସୁନ୍ଦର କରାଯିବ ତଥା ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଉଚ୍ଚ କୋଟିର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି କମିଟିର ସଭାପତି ମୋତିଲାଲ ବନଛୋର କହିଛନ୍ତି।

Leave a Reply

Your email address will not be published. Required fields are marked *