Spread the love

ଦିଗପହଣ୍ଡିରେ ଚଞ୍ଚଲ୍ୟ, କବିରାଜକୁ ହତ୍ୟା କଲେ ଦୁର୍ବୁତ୍ତ.

ଜାଗ୍ରତ ଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର, ରୂପକ
ମହାନ୍ତି.

ବ୍ରହ୍ମପୁର, (ଗଞ୍ଜାମ )17/2/23,ଦିଗ ପହଣ୍ଡି
ଅନର୍ଗତ ପିତାମ୍ବର ପୁର ଗ୍ରାମରେ ଜଣେ କବି ରାଜଙ୍କୁ ଲୁହାଛୋଡ ରେ ପିଟିପିଟି ହତ୍ୟା କରା
ଯାଇଛି. ମୁତ କବିରାଜଙ୍କ ନାମ ବଙ୍ଗାଳୀ ସେଠି.ବଙ୍ଗାଳୀ ସେଠି ସେହି ଗ୍ରାମରେ ରହି ଆୟୁର୍ବେଦ ଚିକିତ୍ସା କରୁଥିଲେ.ସୂଚନା ଯୋଗ୍ୟ
ଶୁକ୍ରବାର ଦିନ ରାତ୍ର ସମୟରେ ବ୍ରହ୍ମପୁର
ଖଡାସିଂ ଅଞ୍ଚଳର ଦୁଇ ଜଣ ଯୁବକ ବାଇକ
ଯୋଗେ ମଧୁମେୟ ରୋଗର ଚିକିତ୍ସା ପାଇଁ
ଯାଇଥିଲେ. କିନ୍ତୁ ଔଷଧ ନଥିବାରୁ ଉଭୟଙ୍କୁ
ଫେରାଇ ଦେଇଥିଲେ.କିଛି ସମୟ ପରେ କବି
ରାଜ ବଙ୍ଗାଳୀ ସେଠି ସାଇକେଲ ଯୋଗେ
ପିତାମ୍ବର ପୁର ଛକ ଅଭିମୁଖେ ଯାଉଥିବା ସମୟରେ ଏହି ଦୁଇ ଜଣ ଯୁବକ ଲୁହା ଛୋଡ
ରେ ଆକ୍ରମଣ କରିଥିଲେ.ଫଳରେ ବଙ୍ଗାଳୀ
ସେଠି ଗୁରୁତର ଆହତ ହୋଇଥିଲେ. ଆହତ
କବିରାଜଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର mkcg
ସ୍ଥାନାନ୍ତରିତ କରାଯାଇଥିଲା. ଚିକିତ୍ସା ଅବସ୍ଥା ରେ ତାଙ୍କର ମୁତ୍ୟୁ ହୋଇଥିଲା.ଖବର ପାଇ
ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗ ପହଣ୍ଡି ଆଇ. ଆଇ. ସି ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଘଟଣାର
ଅନୁସନ୍ଧାନ କରୁଛନ୍ତି.

Leave a Reply

Your email address will not be published. Required fields are marked *