Spread the love

ଦିବଂଗତ ନିର୍ମଳ ଚନ୍ଦ୍ର ଦାଶଙ୍କ ଦ୍ଵାଦଶାହରେ ସ୍କୁତିସଭା ଅନୁଷ୍ଠିତ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ଓ ବରୀ ବ୍ଲକର ମଧ୍ୟସ୍ଥଳୀ ବଡ଼ ବ୍ରାହ୍ମଣ ସାହି କଣ୍ଟିପୁରର ଦିବଂଗତ ନିର୍ମଳ ଚନ୍ଦ୍ର ଦାଶଙ୍କ ଦ୍ଵାଦଶାହରେ ଆଜି ତାଙ୍କ ବାସଗୃହ ଠାରେ ଏକ ସ୍କୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୃର୍ବତନ ସରପଞ୍ଚ ଓ ସମାଜସେବୀ ଅଟଳ ବିହାରୀ ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଗଣେଶ ପ୍ରସାଦ ସାମଲ,ଶିକ୍ଷାବିତ ଉମାକାନ୍ତ ସାମଲ, ହୃଦାନନ୍ଦ ଧଳ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଆନନ୍ଦ ଚନ୍ଦ୍ର ସାମଲ,ଅଜିତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋପିନାଥ ଦାଶ, ରବିନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ପଣ୍ଡିତ ନରେଶ ଚନ୍ଦ୍ର ଦାଶ , ଶେଷରେ ହୃଷିକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ ସେ ଏକାଧାରରେ ସମାଜସେବୀ,ସେହ୍ନି ଲୋକ, ପରୋପକାରୀ ,ସମାଜ ସଂସ୍କାରକ ଓ ବିଶିଷ୍ଟ ବ୍ୟକ୍ତି ଥିଲେ । ତାଙ୍କ ଉଦ୍ୟମରେ ବହୁ ଜନହିତକର କାର୍ଯ୍ୟ ସମାପନ ହୋଇଥିଲା। ବିଶେଷ କରି ଜଗନ୍ନାଥ ମନ୍ଦିରର ସେ ମୁଖ୍ୟ ଥିଲେ ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *