Spread the love

ଦୁଃଶାସନ ହତ୍ୟାକାଣ୍ଡରେ ସାମିଲ୍ ହତ୍ୟାକାରୀଙ୍କୁ ମାଡିବସିଲା ବଡ଼ବିଲ ପୋଲିସ

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୧୫ ନମ୍ୱର୍ ୱାର୍ଡ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହାଟିଂ ଖେଳ ପଡିଆ ପଛପଟେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନିଜଣ ଆସାମୀଙ୍କୁ ବଡ଼ବିଲ ପୋଲିସ କାବୁ କରିଥିବା ବେଳେ ଅନ୍ୟଜଣେ ଆସାମୀ ଫେରାର ଥିବା ବଡ଼ବିଲ ପୋଲିସ ପକ୍ଷରୁ ସୁଚନା । ଏହି ଆସାମୀ ମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ବର୍କତ ନଗରର ସାହାଦତ୍ ଖାନ (୨୬) , ସାହାରୁଖ ଖାନ (୨୬) , ନେହାଲ ଖାନ (୨୯) ଓ ୱାରିଶ । ୱାରିଶ କୌଶଳ କ୍ରମେ ଫେରାର ହୋଯାଇଥିବା ସୁଚନା । ଏ ନେଇ ବଡ଼ବିଲ ପୋଲିସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀଣି ପ୍ରମୋଡ଼ଦିନି ସାହୁ । ସୂଚନା ଅନୁଯାୟୀ ଗତ ସାତ ଏପ୍ରିଲ ଦିନ ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଦାମୁ ହାଟିଂ ଖେଳ ପଡିଆ ପଛପଟ ଇଲେକ୍ଟ୍ରିକ ଟାୱାର ତଳେ ଦୁଃଶାସନ ବାରିକ ନାମକ ବ୍ୟକ୍ତିଙ୍କୁ ଜମି ବିବାଦକୁ ନେଇ ଦୁଃଶାସନଙ୍କୁ ଦୁଇଦୁଇଟି ଗୁଳି ମାରି ହତ୍ୟା କରାଯାଇଥିଲା । ଏହି ହତ୍ୟା କାଣ୍ଡର ପର୍ଡାଫାସ କରିଛି ବଡ଼ବିଲ ପୋଲିସ । ଜମି ବିକାକୁ ନେଇ କିଛି ଦିନ ଆଗରୁ ତାଙ୍କ ଘର ଲୋକଙ୍କ ସହିତ ଟଣା ଓଟରା ଚାଲିଥିଲା । ଲକ୍ଷ ଲକ୍ଷ ଟଙ୍କା ଆଡଭାନ୍ସ ଆକାରରେ ନେଇଥିଲେ । ହେଲେ କୌଣସି କାରଣରୁ ଜମିଜମା ବିକ୍ରି ହୋଇ ନଥିଲା , ଯାହାକୁ ନେଇ ଏକ ପ୍ରକାର ମାନସିକ ବିଷାଦ ରେ ଥିଲେ ମୃତକ ଦୁଃଶାସନ , ଆସନ୍ତୁ ଶୁଣିବା ଏ ବିଷୟରେ କଣ କହୁଛନ୍ତି ବଡ଼ବିଲ ଥାନା ଅଧିକାରୀଣି ପ୍ରମୋଦିନି ସାହୁ। ବଡ଼ବିଲ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କର୍ଟ ଚାଲାଣ କରିଛି ।

କେନ୍ଦୁଝର ଜିଲ୍ଲା ଯୋଡା ପ୍ରତିନିଧି ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ jbn news

Leave a Reply

Your email address will not be published. Required fields are marked *