Spread the love

ବନ୍ଦା ଗ୍ରାମ ପଞ୍ଚାୟତରେ ଆଇନ ସଚେତନତା ଶିବିର

ଅନୁଗୋଳ/ ବଅଁରପାଳ – ବଅଁରପାଳ ଅପରାହ୍ନ ୫ ଘଟିକା ସମୟରେ ବନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାଗୃହରେ ବଅଁରପାଳ ଜେ. ଏମ୍. ଏଫ୍. ସି କୋର୍ଟ ତଥା ତାଲୁକ ଆଇନ ସେବା କମିଟର ଅଧ୍ୟକ୍ଷା ଶ୍ରୀମତୀ ସ୍ରୁଷ୍ଟି ସାମନ୍ତ ଉପସ୍ଥିତ ବନ୍ଦା ଗ୍ରାମବାସୀ ଓ ବିଶେଷତ୍ବ ମହିଳା ମାନଙ୍କୁ କିପରି ମାଗଣା ଆଇନ ସେବା ମିଳିବ ଓ କେଉଁ କେଉଁ ବିଚାର ବ୍ଯକ୍ତି ମାନଙ୍କୁ ଅଦାଲତ ତରଫରୁ ମିଳିବ ଉପସ୍ଥାପନା କରିଥିଲେ ବରିଷ୍ଟ ଆଇନ ଯିବି ତଥା ତାଲୁକ ଆଇନ ସେବା କମିଟିର ସଦସ୍ୟ ହେମନ୍ତ କୁମାର ସାହୁ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମହିଳା ମାନଙ୍କୁ ନାରୀ ମାନଙ୍କର ଆଇନ ଗତ ଅଧିକାର ଓ ମହିଳା ଶିଶୁ ମାନଙ୍କୁ କି ପ୍ରକାର ମାଗଣା ଆଇନ କମିଟ ତରଫରୁ ମିଳିପାରିବ ତାହା ବକ୍ତବ୍ୟ ମାଧ୍ୟମରେ ସଚେତନତା କରିଥିଲେ ।
ସ୍ଥାନୀୟ ସରପଞ୍ଚ ନକୁଳ ଚନ୍ଦ୍ର ସାହୁ ସ୍ଵାଗତ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବନ୍ଦା ଗ୍ରାମର ବରିଷ୍ଠ ଓକିଲ ବୃନ୍ଦାବନ ସାହୁ ଆଇନ ସଚେତନତା ଶିବିରର ପଞ୍ଚାୟତରେ ଅନୁଷ୍ଟିତ ହେବାର ଉଦ୍ଦେଶ୍ଯ କହିବା ସହ ଗ୍ରାମ ବାସୀଙ୍କର ବହୁ ସଂଖ୍ୟାରେ ଉପସ୍ଥିତ ରହି ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ ଶିବିରରେ ବିଶେଷ କରି ସ୍ୱୟମ
ସହାୟକା ଗୋଷ୍ଠୀର ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *