Spread the love

ବିଜେପୁର ବ୍ଲକ

ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ଉଦ୍ଧାର କଲେ ଆଞ୍ଚଳିକ ପରିବହନ ଅଧିକାରୀ


—————————
ବିଜେପୁର ୨୩.୦୨.୨୦୨୩ ବରଗଡ଼ ଜିଲ୍ଲା ବିଜେପୁର ପିପିଲିପାଲି ରୁ ଗାଇସିଲେଟ ରାସ୍ତା ଦେଇ ବଲାଙ୍ଗିର ଯାଉଥିବା ବେଳେ କଲଙ୍ଗାଡେରା ଠାରେ ଏକ ସଡ଼କ ଦୁର୍ଘଟଣା ରେ ବାଇକ୍ ଆରୋହୀ ପିପିଲିପାଲି ନୀବାସି ମଧୁସୂଦନ ନାଏକ (୨୭) ଏବଂ ତାଙ୍କର ସଂପର୍କୀୟ ମାଆ ମଂଜୁ ଦାସ(୪୦) ଙ୍କୁ ଗୁରୁତର ଅବସ୍ଥା ରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଯୁଗଲ କିଶୋର ତିରିଆ, ପ୍ରେମଚାନ୍ଦ ମିର୍ଦ୍ଧା, ଏସ୍ କେ ଅଂଶୁଦ୍ଧିନ, ସୁରେଶ ଖଣ୍ଡୁଲା, ମୋତିଲାଲ ମହାନ୍ତି ଆଦି ସହଯୋଗୀ କର୍ମଚାରୀ ନିଜ ବୋଲେରୋ ଗାଡ଼ି ରେ ନେଇ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ଚିକିତ୍ସା କରାଇ ଥିଲେ। ଆହତ ଦ୍ବୟ ବଜାଜ୍ ଡିସ୍କୋଭର ବାଇକ୍ ନଂ OD 03 B 8966 ଯୋଗେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସ୍ଥଳ ରେ ଦେବଦୂତ ସାଜି ଆହତ ମାନଙ୍କୁ ଉଦ୍ଧାର କରି ପରିବହନ ଅଧିକାରୀ ମାନବିକତା ର ପରିଚୟ ଦେଖାଇ ବିଜେପୁର ଅଞ୍ଚଳ ରେ ପ୍ରସଂଶା ର ପାତ୍ର ହୋଇଛନ୍ତି। ଆହତ ମଧୁସୂଦନ ନାଏକଙ୍କ କାନ୍ଧ ଖଂଜା ଭାଙ୍ଗି ଯାଇଥିବା ବେଳେ, ମଂଜୁ ଦାଶ ଙ୍କ ଆଣ୍ଠୁ ରେ ଆଘାତ ହୋଇଥିବା ଜଣାପଡିଛି।

ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *