Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦେଓଗାଁ ରେ ହିଟାଚି ଅପରେଟର ଙ୍କ ମୃତ୍ୟୁ 

 

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୦.୦୪.୨୦୨୧)-: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ତହସିଲ୍ ଅଧୀନରେ ଥିବା ବୁଢ଼ାମ୍ବ ଅନ୍ତର୍ଗତ ଦେଓଗାଁ ନିକଟରେ ଥିବା ପାହାଡ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାହଡ ରେ କାର୍ଯ୍ୟରତ ଶ୍ରମିକ ର ମୃତ୍ୟୁ, ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଞ୍ଚଳ ତାପଙ୍ଗ ଗ୍ରାମର ସୁଶାନ୍ତ ଛଟେଇ ୩୨ ଏହି ପାହାଡ ରେ ଟାଟା ହିଟାଚି ଅପରେଟର ରୂପେ କାର୍ଯ୍ୟ କରିଆସୁଥିଲେ। ଆଜି ଅପରାହ୍ନରେ ସୁଶାନ୍ତ ଙ୍କ ମୃତ୍ୟୁ ହୋଇଥିଲା ।ଆଶ୍ଚର୍ଯ୍ୟ କଥା ପାହାଡ ଟିର ଉପର ଭାଗଟି ସରକାରୀ ଅଧୀନ ରେ ଥିବା ବେଳେ କିଭଳି ଭାବରେ ବେଆଇନ ପଥର ଖନନ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସେପଟେ ପଥର କୁଆଁରୀ ମାଲିକ ଘଟଣା ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଛନ୍ତି। ଅନ୍ୟ ପଟେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କେସ୍ ୧୨୭/୨୧,୨୭୯,୩୦୪ଏ iPC, ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆସ୍କା ମେଡିକାଲ କୁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ଏ ପଯ୍ୟନ୍ତ ଖବର ଦିଆଯାଇ ନଥିବା ସୂଚନା ମିଳିଛି ।