Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିପଦର ବନ୍ଧୁ ଗଞ୍ଜାମ ତରଫରୁ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ 

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୦.୦୪.୨୦୨୦)-: ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଗଂଜାମ ସଦସ୍ୟଙ୍କ ଦ୍ୱାରା ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତାପଡ଼ା ପଞ୍ଚାୟତର କେ. ରାଣୀପଡା ଓ ଲଛିପୁରରେ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ସହ ଖାତା ଓ କଲମ ବଣ୍ଟନ କରାଯାଇଛି । ଉକ୍ତ ସଂଗଠନ ପକ୍ଷରୁ ଶିକ୍ଷକ ଗୌରହରି ପଲେଇ, ବନବାସ ପଲେଇ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ଅଙ୍ଗାରଗାଁ ର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଯୁବ ସାମ୍ବାଦିକ ଗୌତମ ବୁଦ୍ଧ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ସାମିଲ ଥିଲେ ।ଆଗକୁ ମଧ୍ୟ ଏହି ଦୁଇ ଜଣ ଛାତ୍ରଛାତ୍ରୀ ଙ୍କୁ ତାଙ୍କର ପାଠ ପଢିବା ନିମନ୍ତେ ସହଯୋଗ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ପ୍ରତିଶୃତି ଦେଇଛନ୍ତି।