Spread the love

ଦେପୁର ନିକଟରେ ଗଛ ସହ ଧକ୍କା ହେଲା ବାଇକ ଦୁଇ ମୃତ ଜଣେ ଗୁରୁତର …..

କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଦେପୁର ନିକଟରେ ଗତ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଦୁଇ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଭୋର ୫ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁସାରେ ପରୁଆଗୁଡା ଗ୍ରାମର ରୋହିତ ପଟେଲ ନାମକ ଜନୈକ ଯୁବକକ ସହ ଜୁନାଗଡ ଥାନା ଅଧୀନସ୍ଥ ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଏବଂ ଲକ୍ଷ୍ମୀକାନ୍ତ ମାଝୀ ଓରଫ ଛୋଟୁ ନାମକ ୧୪ ବର୍ଷିୟ ନାବାଳକ ଓ.ଡି ୦୮ ଏମ ୬୭୨୪ ନମ୍ବର ବିଶିଷ୍ଟ ବାଇକ ଯୋଗେ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିବା ବେଳେ ଦେପୁର ନିକଟରେ ବାଇକ ଚାଲକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ସହ ଧକ୍କା କରିଥିଲେ। ଫଳରେଘଟଣାସ୍ଥଳରେ ରୋହିତ ଏବଂ ଅଜୟର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଲକ୍ଷ୍ମୀକାନ୍ତକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧୂକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇ ଜଣକ ଶବ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *